ଗୁମ୍ମାରେ କିଶୋରୀ ଆତ୍ମରକ୍ଷା କୌଶଳ ଶିବିର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ବ୍ଲକ ପରିସରରେ କିଶୋରୀ ଆତ୍ମରକ୍ଷା କୌଶଳ ବିକାଶ ନିମନ୍ତେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ,ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ,ବିଡ଼ିଓ ଶରତ କୁମାର ପାତ୍ର,ଏସଡ଼ିସି ଅଧ୍ୟକ୍ଷା ମରୀୟମ ରଈତ,ବିଆରସି ଓ ସିଡିପିଓ ପୁଷ୍ପାଞ୍ଜଳି ପଣ୍ଡା ଯୋଗ ଦେଇଥିଲେ।ଶିବିରରେ ମହିଳା ଓ କିଶୋରୀ ବାଳିକା ମାନଙ୍କୁ ଆତ୍ମସୁରକ୍ଷା ତାଲିମ,ବାଲ୍ୟ ବିବାହ ପ୍ରଥା,ନାରୀ ନିର୍ଯ୍ୟାତନା,ନାରୀ ବଳାତ୍କାର,ମହିଳା ସଂରକ୍ଷଣ ଓ ବିଭିନ୍ନ ବୃତି ସମ୍ବର୍ଦ୍ଧିତ ପରାମର୍ଶ ଦିଆଯାଇଛି।କାର୍ଯ୍ୟକ୍ରମରେ ବିତର୍କ,ନୃତ୍ୟ, ଚିତ୍ରକଳା ପ୍ରଦର୍ଶନୀ କରାଯିବା ସହ ମହିଳା ମାନଙ୍କ ସ୍ୱାବଲମ୍ବୀ ବିଷୟରେ ସଚେତନତା କରାଯାଇଛି।କାର୍ଯ୍ୟକ୍ରମରେ ସମସ୍ତ ସୁପରବାଇଜର, ଅଙ୍ଗନବାଡି କର୍ମଚାରୀ ଓ ସ୍ଥାନୀୟ ମହିଳା ମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ଗୁମ୍ମା ମହିଳା ଶିଶୁ ବିକାଶ ବିଭାଗ ଅଧିକାରୀ ମାନେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ