ପାରଳାଖେମୁଣ୍ଡି-ଗୁଣପୁର ୮ଦିନ ବନ୍ଦ ରହିବ ରାଜ୍ୟରାଣୀ ଟ୍ରେନ ଚଳାଚଳ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି-ଗୁଣପୁରକୁ ଆସୁଥିବା ଟ୍ରେନ ଗୁଡିକରେ କେତେକ ପରିବର୍ତ୍ତନ ସହ 8 ଦିନ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି. ଏହି ସୂଚନା ଅନୁଯାୟୀ ଜଣା ପଡିଛି ଯେ, ବିଶାଖାପାଟଣା -ପାରଳାଖେମୁଣ୍ଡି – ଗୁଣପୁର ବିଶାଖାପାଟଣା ଟ୍ରେନ୍କୁ 8 ଦିନ ଚଳାଚଳ ବନ୍ଦ କରାଯିବାକୁ ଥିବାବେଳେ ରାଜ୍ୟରାଣୀ ଟ୍ରେନ୍ ପଲାସା ଷ୍ଟେସନରୁ ନିଜ ଗନ୍ତବ୍ୟ ସ୍ଥଳୀକୁ ଯିବ ବୋଲି ବିଶାଖାପାଟଣା ଡିଭିଜନ ପକ୍ଷରୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦିଆଯାଇଛି। ୪, ୭, 11, 14, 18, ୨୧, ୨୫ ଏବଂ ୨୮ ତାରିଖ ଯଥା ଫେବୃଆରୀର ରବିବାର ଏବଂ ବୁଧବାର ଏପରି ୮ ଦିନ ବିଶାଖାପାଟଣା ଗୁଣପୁର ବିଶାଖାପାଟଣା ମଧ୍ୟରେ ଟ୍ରେନ୍ ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି। ସେହିପରି ରାଉରକେଲା ଗୁଣପୁର ରାଉରକେଲା ରାଜ୍ୟରାଣୀ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେବ। ଚଳିତ 3,6,10,13,17,20,24, ଏବଂ ୨୭ ତାରିଖ ଯଥା ରବିବାର ବୁଧବାର ୮ ଦିନ ରାଉରକେଲା ଗୁଣପୁର ରାଜ୍ୟରାଣୀ ଟ୍ରେନ ଗୁଣପୁର ନ ଆସି ପଲାସାଠାରୁ ଫେରିଯିବ। ସେହିଭଳି ୪, 9, ୧୧, ୧୪, ୧୮, ୨୧, 2,98 ୨୫ ଏବଂ ୨୭ ତାରିଖରେ ଯଥା ରବିବାର ବୁଧବାର Γ ଦିନ ପଲାସାଠାରୁ ରାଉଟ ଅଭିମୁଖେ ମୁଖେ ଟ୍ରେନ୍ ଯାତ୍ରା କରିବ।