ଜନ୍ମମୃତ୍ୟୁ ପଞ୍ଜିକରଣ ପତ୍ର ତୁରନ୍ତ ପ୍ରଦାନ ନେଇ ଦାବି କଲେ ଓକିଲ ସଂଘ
ମୋହନା, (ଅଂଶୁମାନ ପଣ୍ଡା):ଓଡିଶାର ଦ୍ବିତୀୟ ବୃହତମ ବ୍ଲକ ମୋହନା l ଏଠାରେ ପ୍ରତ୍ୟେକ ଦିନ ଶହ ଶହ ରୋଗୀ ମୋହନା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭୟ କରନ୍ତି l ଅନେକ ସମୟରେ ପଡୋଶୀ ଜିଲ୍ଲା କୋରାପୁଟ, ରାୟଗଡାରୁ ରୋଗୀଙ୍କୁ ବ୍ରହ୍ମପୁର ନେବାବେଳେ ମୋହନା ନିକଟରେ ମୃତ୍ୟୁ ବରଣ କରିଥାନ୍ତି l ଶବ ବୋହା ଗାଡି ନଥିବାରୁ ଲୋକେ ବହୁ ଅସୁବିଧା ର ସମୁଖୀନ ହେଉଛନ୍ତି l ତେଣୁ ତୁରନ୍ତ ମୋହନାକୁ ଶବ ବୋହା ଗାଡି ଯୋଗାଇବା ସହ ଜନ୍ମ ମୃତ ପଞ୍ଜିକରଣ ଆବେଦନ କରିଥିବା ପରିବାର ଲୋକଙ୍କୁ ସଠିକ ସମୟରେ ପ୍ରମାଣ ପତ୍ର ଯୋଗାଇବା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି l ଏଥିସହ ମେଡିକାଲ ରେ ଟେକନିସିଆନ ଦାୟିତ୍ୱ ରେ ଥିବା କର୍ମୀ ଙ୍କ ଦରମା ବୃଦ୍ଧି କରିବା ପାଇଁ ଦାବି କରିଛନ୍ତିl ମୋହନା ଓକିଲ ସଂଘ ପକ୍ଷରୁ ଏହି ଦାବି ପତ୍ର ମୋହନା ମେଡିକାଲ ଭାରପ୍ରାପ୍ତ ଅଧିକାରୀ ଜୟ ପଣ୍ଡା ଙ୍କୁ ପ୍ରଦାନ କରାଯାଇଛି l ଏଥିପ୍ରତି ଗୁରୁତ୍ୱ ନଦେଲେ ଆଗାମୀ ଦିନ ରେ ଆନ୍ଦାଳନ ହେବା ବୋଲି ସଂଘ ଚେତାବନୀ ଦେଇଛି l ମୋହନା ଓକିଲ ସଂଘ ସଭାପତି ରବୀନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ଏହି ଦାବି ପତ୍ର ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ଆଇନଯିବି ସିମାଞ୍ଚଳ କାର୍ଜି, ସୁଦର୍ଶନ ସାହୁ,ସନ୍ତୋଷ ପାଢ଼ୀ, ପ୍ରଭାତ ପାତ୍ର, ବୈଦ୍ୟନାଥ ସିଂ, ଜିତେନ୍ଦ୍ର ରଥ ପ୍ରମୁଖ ଯୋଗଦେଇଥିଲେ l