ଗଜପତିର ନନ୍ଦିନୀ ଜେଜେମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ଘର ଘର ବୁଲି ଭିକ ମାଗୁଛନ୍ତି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଗରିବ ଝିଅ ନନ୍ଦିନୀ ଦୁଃଖ ଓ ଅନାଟନରେ କାଳାତିପାତ କରୁଛି. ବୃଦ୍ଧା ଜେଜେ ମା ଙ୍କ ଶୁଦ୍ଧ କ୍ରିୟା ପାଇଁ ଘର ଘର ବୁଲି ଭିକ ମାଗିବା ପାଇଁ ବାଧ୍ୟ ହୋଇଛି. ଘଟଣାରୁ ପ୍ରକାଶ, ବାପା, ମା’ ଚାଲିଯିବା ପରେ ଜେଜେମା’ଙ୍କ ପାଖରେ ରହୁଥିଲେ ନନ୍ଦିନୀ I ଅଭାବ ଅନଟନ – ଯୋଗୁ ଅନ୍ୟ ଘରେ ମୂଲ ଲାଗି ଜେଜେମା’ଙ୍କ ମୁହଁରେ ଦାନା ଦେଉଥିଲେ | ଶେଷରେ ସେ ମଧ୍ୟ ଆରପାରିକୁ ଚାଲିଗଲେ । ଅର୍ଥଭାବ ଯୋଗୁ ଜେଜେମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ଏବେ ଘର ଘର ବୁଲି ଭିକ ମାଗୁଛନ୍ତି ନନ୍ଦିନୀ। ଏଭଳି ଦୁଃଖଦ ଘଟଣା ଦେଖୁବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ସାନଖଣି ଗ୍ରାମରେ। ନନ୍ଦିନୀ ଛୋଟ ଥିଲାବେଳେ ବାପାରମେଶ ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା। ତା’ର କିଛି ବର୍ଷ ପରେ ମା’ କୁନି ପାଗିଳି ହୋଇ କେଉଁଆଡ଼େ ଚାଲିଗଲେ ଯେ ଆଉ ଉ ଫେରିଲେ ଭାଇ ଦାଦନ ଖଟି ମଲ୍ଲିକ ନାହିଁ ୨୦୨୦ ନନ୍ଦିନୀଙ୍କୁ ପାଠ ପଢାରିଥିଲେ। ମସିହାରେ କରୋନା ଲକ୍‌ଡାଉନ ସମୟରେ ସେ ମଧ୍ୟ ଗୋଆରେ ପ୍ରାଣ ହରାଇଥିଲେ। ମୃତଦେହ ଗାଁକୁ ଆସିପାରିଲା ନାହିଁ ମାଟ୍ରିକ ପାସ ପରେ ନନ୍ଦିନୀ ଚନ୍ଦ୍ରଗିରିସ୍ଥିତ ଆଇଟିଆଇ କଲେଜରେ ନାମ ଲେଖାଇଥିଲେ। ହେଲେ ଅର୍ଥାଭାବ ଯୋଗୁଁ ପଢ଼ା ଛାଡ଼ିଦେଲେ। ବୃଦ୍ଧା ଜେଜେମା’ଙ୍କସେବା କରିବା ସହ ଅନ୍ୟ ଘରେ ମୃତ୍ୟୁ ଘଟିଲା । ଆଉ ୫ ଦିନ ପରେ ଜେଜେମା’ଙ୍କ ଶୁଦ୍ଧି କାର୍ଯ୍ୟ ହେବ। ହେଲେ ଶୁଦ୍ଧି କାର୍ଯ୍ୟ କରିବାକୁ ତା’ ପାଖରେ ଅର୍ଥ ନଥୁବାରୁ ଏବେ ଘର ଘର ବୁଲି ଭିକ ମାଗୁଛନ୍ତି ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଜଣାଇଛନ୍ତି. ମୃତଦେହ ସତ୍କାର ପାଇଁ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରେ ମିଳୁଥିବା ଟଙ୍କା ମଧ୍ଯ ତାଙ୍କୁ ମିଳିନାହିଁ ବୋଲି କହିଛନ୍ତି। ସରପଞ୍ଚ କେଶବ ଚନ୍ଦ୍ର ମଲ୍ଲିକ କହିଛନ୍ତି, ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ନାହିଁ, ଟଙ୍କା ଆସିଲେ ଦିଆଯିବ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ