ଈଶ୍ୱରଙ୍କ ଭକ୍ତିରେ ହିଁ ସୁଖ-ଶାନ୍ତି ମିଳିଥାଏ

ଖୋର୍ଦ୍ଧା:(ଯୁଗାବ୍ଦ ନ୍ୟୁଜ) : ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ଗ୍ରାମ ସ୍ଥିତ ମହମୁଦାବାଦ ମସଜିଦ ଠାରେ ମଜଲିସ ଅନସାରୁଲ୍ଲାଃ(ବୃଦ୍ଧ ସଂଗଠନ)ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୌଲାନା ମହମ୍ମଦ ମେରାଜ ଅଲ୍ଲି ପୌରୋହିତ୍ୟ କରିଥିଲେ । ପବିତ୍ର କୋରାନ ପାଠ ଅର୍ଥ ସଚିବ ଇଦ୍ରିସ ଖାନ୍ କରିଥିବା ବେଳେ ସଂଗଠନର ସପଥପାଠ ମଜଲିସ ଅନସାରୁଲ୍ଲାଃ ମହମୁଦାବାଦର ମୁଖ୍ୟ ଅଜିଜୁଲ୍ଲାଃ ଖାନ୍ କରାଇଥିଲେ । ଓସି ଅହମଦ ଉର୍ଦ୍ଦୁ ସଂଗୀତ ଗାନ କରିଥିଲେ । ପୈଗମ୍ବର ମହମ୍ମଦଙ୍କ ଅମୃତବାଣୀ ମଞ୍ଜୁର ଅହମଦ ପଢି ଶୁଣାଇ ଥିବା ବେଳେ ଅଙ୍ଗୀକୃତ ମସିହଙ୍କ ମହତ ବାଣୀ ଫୟାଜ ଅହମଦ ଶୁଣାଇଥିଲେ । ସୁଧାର ଓ ନିର୍ଦ୍ଦେଶ ସଚିବ ବଶିରୁଦ୍ଦିନ ନଜମ ପଢିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୌଲାନା ରୌଶନ ଅହମଦ ତନୱିର ଯୁଗ ଖଲିଫା ହଜରତ ମିର୍ଜା ମସରୁର ଅହମଦଙ୍କ ଅମଲ୍ୟ ବାର୍ତା ଶୁଣାଇ କହିଲେ କି ଖିଲାଫତ ବ୍ୟବସ୍ଥା ମାଧ୍ୟମରେ ବିଶ୍ୱରେ ଏକେଶ୍ୱରବାଦର ପ୍ରଚାର ଓ ପ୍ରସାର ସମ୍ଭବ ପର ହୋଇପାରିଛି । ଖିଲାଫତ ବ୍ୟବସ୍ଥା ଦ୍ୱାରା ହିଁ ବିଶ୍ୱରେ ଶାନ୍ତି ଆସିପାରିବ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମୌଲାନା ସେକ ଇଦ୍ରିସ କହିଲେ, ପବିତ୍ର କୋରାନରେ ଲେଖା ଯାଇଛି କି ନମାଜ ପାଠ କର । ଈଶ୍ୱରଙ୍କ ଭକ୍ତିରେ ହିଁ ଶକ୍ତି ମିଳିଥାଏ ଏବଂ ସୁଖ-ଶାନ୍ତି ପ୍ରାପ୍ତ ହୋଇଥାଏ । ଏକତାରେ ହିଁ ଦେଶର ସୁରକ୍ଷା ରହିଛି । ଆମ ଦେଶର ଅଖଣ୍ଡତା ଭାଇଚାରା ପ୍ରତିଷ୍ଠ କରିଲେ ହିଁ ତିଷ୍ଠି ରହିପାରିବ । ପୌରୋହିତ୍ୟ ଅଭିଭାଷଣରେ ମୌଲାନା ମେରାଜ ଅଲ୍ଲି କହିଲେ, ଖିଲାଫତ ବ୍ୟବସ୍ଥାର ସର୍ବୋଚ୍ଚ ମୁଖ୍ୟଙ୍କୁ ଖଲିଫା କହୁଯାଏ । ଖଲିଫା ପ୍ରଭୁଙ୍କ ଆଦେଶରେ ହିଁ ସମସ୍ତ ଧର୍ମ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ସେ ସର୍ବଦା ଜଗତର ମଙ୍ଗଳ କାମନା କରିଥାନ୍ତି । ଆମେମାନେ ତାଙ୍କ କାମରେ ସାହାଯ୍ୟ ଓ ସହଯୋଗ ହେଲେ ଆମର ନିଶ୍ଚିତ ମଙ୍ଗଳ ହେବ । ମହମୁଦାବାଦ ହଲକାର ସଭାପତି ମହମୁଦ ଖାନ୍ ନଜମ ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ