ମା’ ଦକ୍ଷିଣେଶ୍ୱରୀ ବିସ୍ଥାପିତ ପରିବାରମାନଙ୍କର ଆନ୍ଦୋଳନ ଚତୁର୍ଥ ଦିନରେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମା’ ଦକ୍ଷିଣେଶ୍ୱରୀ କ୍ଷତିଗ୍ରସ୍ତ ବିସ୍ତାପିତ ପ୍ରଜାସଂଘର ସମସ୍ତ ସଦସ୍ୟ ସଦସ୍ୟମାନେ ନାଲ୍‌କୋ କମ୍ପାନୀ ଦ୍ୱାରା ଅନ୍ୟାୟ ଓ ଅତ୍ୟାଚାରର ଶିକାର ହୋଇ ନ୍ୟାୟ ପାଇବା ଆଶାରେ ଗାନ୍ଧୀମାର୍ଗ, ଲୋୟର ପିଏମ୍‌ଜିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ବରିଷ୍ଠ ନାରୀନେତ୍ରୀ ସସ୍ମିତା ବେହେରାଙ୍କ ନେତୃତ୍ୱରେ ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ବ୍ଲକର ଗୋପିବ୍ଲଭପୁର ନାଣ୍ଡିଛୋଡ ଗ୍ରାମର ଅଧିବାସୀମାନେ ନାଲ୍‌କୋ କମ୍ପାନୀ ଦ୍ୱାରା ବିସ୍ତାପିତ ପ୍ରଜାମାନେ ନିଜର ସାତଦଫା ଦାବି ନେଇ ଜିଲ୍ଲା କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା କୌଣସି ନ୍ୟାୟ ନ ପାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବା ପାଇଁ ରାଜଧାନୀରେ ଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି ପ୍ରଜାସଂଘ ତରଫରୁ ପ୍ରକାଶ କରାଯାଇଛି । ପ୍ରଜାସଂଘର ସାତଦଫା ଦାବିଗୁଡ଼ିକ ହେଲା (୧) ନାଲ୍‌କୋ କମ୍ପାନୀ ଦ୍ୱାରା ବିସ୍ତାବିତ ପ୍ରଜାମାନଙ୍କର ପ୍ରତ୍ୟେକ ପରିବାରକୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ (୨) ବିସ୍ତାପିତ ପରିବାର ମଧ୍ୟରୁ ଯିଏ ଚାକିରି ନ କରିବ ତାକୁ ୫୦ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଉ (୩) ବିସ୍ଥାପିତ ପ୍ରଜାମାନଙ୍କୁ ଆର ଆଣ୍ଡ ଆର କଲୋନୀରେ ୧୫ ଡିସିମିଲ୍ ଲେଖାଏଁ ଘରବାରି ଜମି ଓ ୧୦୫୦ ବର୍ଗଫୁଟର ଘର ଯୋଗାଇ ଦିଆଯାଉ (୪) ନାଲ୍‌କୋ କମ୍ପାନୀ ଦ୍ୱାରା ସମସ୍ତ ଘରବାରି ଓ ଚାଷଜମି ଅଧିଗ୍ରହଣ ହୋଇଥିବାରୁ ସରକାରଙ୍କର ଜମିର ମୂଲ୍ୟର ବେଞ୍ଚମାର୍କ ଠାରୁ ୪ଗୁଣ ଅଧିକା କ୍ଷତିପୂରଣ ଦିଆଯାଉ । (୫) ନାଲ୍‌କୋ ଓ ରାଜ୍ୟ ସରକାରଙ୍କ ସହଯୋଗରେ ବିସ୍ଥାପିତ ପରିବାରର ସର୍ଭେ ଭୁଲ୍ ହୋଇଥିବାରୁ ସଠିକ୍ ସର୍ଭେ କରାଯାଇ ପିଡିଏଫ୍ ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ (୬) ନାଲ୍‌କୋ କମ୍ପାନୀ ଦ୍ୱାରା ଡି.ଓ.ଇ. କୋଲ୍ ବ୍ଲକରେ କ୍ଷତି ହେଉଥିବା ଜଙ୍ଗଲର ପୁନରୁଦ୍ଧାର ପାଇଁ ବନୀକରଣ, ବିଦ୍ୟାଳୟ, ଚିକିତ୍ସାଳୟ ଓ ସ୍ମଶାନ ଆଦିର ବ୍ୟବସ୍ଥା କରାଯାଉ (୭) ନାଲ୍‌କୋ କମ୍ପାନୀ ଦ୍ୱାରା ବିସ୍ଥାପିତ ପରିବାରକୁ ଅସାମାଜିକ ଲୋକଙ୍କ ଦ୍ୱାରା ହେଉଥିବା ଆକ୍ରମଣ, ପୋଲିସ୍ ଦ୍ୱାରା କରାଯାଉଥିବା ମିଥ୍ୟା କେସ୍‌, ରାସ୍ତାଘାଟ ଓ ପାଣି ବନ୍ଦ କରିବା ଭଳି କୁକାର୍ଯ୍ୟରୁ ନିବୃତ୍ତ କରାଯାଉ । ଏଠାରେ ଉଲ୍ଲେଖନୀୟଯେ ୨୦ବର୍ଷ ତଳେ ନାଲ୍‌କୋ କମ୍ପାନୀ ଗୋପୀବଲ୍ଲଭପୁର ଗ୍ରାମର ଜମିକୁ କୋଲ୍ ବ୍ଲକ କରିବା ପାଇଁ ଅଧିଗ୍ରହଣ କରିଥିଲା ଏବଂ ସେତେବେଳେ ଗ୍ରାମବାସୀମାନଙ୍କୁ ଉପଯୁକ୍ତ ଥଇଥାନ ପ୍ୟାକେଜ୍‌, ସମସ୍ତଙ୍କ ପରିବାରକୁ କର୍ମ ନିଯୁକ୍ତି ଏବଂ କ୍ଷତିପୂରଣ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା ବେଳେ ଆଜି ପର୍ଯ୍ୟନ୍ତ ସେଥିରେ ଗୁରୁତ୍ୱର ଅବହେଳା କରିଆସୁଅଛି । ଗୋଟିଏବର୍ଷ ତଳେ ନାଲ୍‌କୋ କମ୍ପାନୀ ଏକ ପ୍ରାଇଭେଟ୍ କମ୍ପାନୀକୁ ସେହି ଯାଗାରେ କୋଇଲା ଖନନ କରିବା ପାଇଁ ସୁଯୋଗ ଦେଇଥିବାରୁ ବିସ୍ଥାପିତ ଗ୍ରାମବାସୀମାନେ ନିଜର ହକ୍ ପାଇଁ ଦାବି କରିବାରୁ ନାଲ୍‌କୋ କମ୍ପାନୀ ଅସାମାଜିକ ଲୋକଙ୍କୁ ଲଗାଇ ମାଡ ମାରି ଧମକ ଚମକ ଦେଉଛି, ସ୍ଥାନୀୟ ପ୍ରଶାସକ ଓ ରାଜନେତା ଓ ପୋଲିସ୍‌କୁ ଧରି କ୍ଷତିଗ୍ରସ୍ତ ଲୋକଙ୍କୁ ନାନା ନିର୍ଯ୍ୟାତନା ଦେଉଥିବାରୁ ନ୍ୟାୟ ପାଇବା ଆଶାରେ ବିସ୍ତାପିତ ଗ୍ରାମବାସୀମାନେ ରାଜଧାନୀରେ ଧାରଣା ଦେଇଛନ୍ତି ଏବଂ ସରକାର ଯଦି ନ୍ୟାୟ ପ୍ରଦାନ ନ କରିବେ ତେବେ ଆଉ ନିଜ ଗ୍ରାମକୁ ନ ଫେରି ଧାରଣା ସ୍ଥଳରେ ସମୂହ ଆତ୍ମାହୂତି ଦେବେ ବୋଲି ସଂଘର ଉପସଭାପତି ବଳରାମ ବେହେରା ଜଣାଇଛନ୍ତି । ଏହି ଆନ୍ଦୋଳନକୁ ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭାପତି କୈଳାସ ଗଡ଼ ନାୟକ, ସାଧାରଣ ସମ୍ପାଦକ ବାସୁଦେବ ଗଡ଼ନାୟକ ଓ ବରିଷ୍ଠ ସଦସ୍ୟ ଅଙ୍ଗଦ ସାହୁ, ଟୁଟୁ ଗଡ଼ନାୟକ ପ୍ରମୁଖ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ