ବିଜୁବାବୁଙ୍କୁ “ଭାରତ ରତ୍ନ” କେବେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କେଉଁ ଆଧାରରେ ଭାରତ ରତ୍ନ ପ୍ରଦାନ କରାଯାଏ । ଏହା ପାଇଁ ମାପକାଠି କ’ଣ, ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ନିକଟରେ କ’ଣ ଅଭାବ ଥିଲା ଯେ, ଆଜି ପର୍ଯ୍ୟନ୍ତ ତାଙ୍କୁ ମରୋଣତ୍ତର ଭାବରେ ଭାରତ ରତ୍ନ ପ୍ରଦାନ କରାଯାଇ ନାହିଁ । ଏହା ଉଦ୍ଦେଶ୍ୟ ପ୍ରଣୋଦିତ ନା ରାଜନୈତିକ ଅଭିସନ୍ଧି ବୋଲି ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ପ୍ରଶ୍ନ କରିଛନ୍ତି । କିଏ ତାଙ୍କୁ କୁହେ ଝଡର ଇଗଲ, ମାଟିର ମୂର୍ତ୍ତିକାର, କିଏ କହେ ଉତ୍କଳ ଷଣ୍ଢ ତ ଆଉ କିଏ କହେ ଦ୍ୱିତୀୟ ଖାରବେଳ । ଅନେକ ବ୍ୟକ୍ତି ଭାରତବର୍ଷରେ ତାଙ୍କୁ ଅନେକ ନାମରେ ଡାକନ୍ତି ସେହି ମହାନ୍ ଦେଶଭକ୍ତ, ସ୍ୱାଧନତା ସଂଗ୍ରାମୀ, ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ । କିନ୍ତୁ ସେ ଥିଲେ ଭାରତ ମାଟିର ଉତ୍କଳ ‘ମା’ର ସୁଯୋଗ୍ୟ ସନ୍ତାନ । ଭାରତବର୍ଷର ସ୍ୱାଧୀନତା ପାଇଁ ଯିଏ ନିଜର ସର୍ବସ୍ୱ ତ୍ୟାଗ କରି କାରାବରଣ କରିଥିଲେ, ସେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ବା କଳିଙ୍ଗ ପୁରଷ୍କାର ସ୍ରଷ୍ଟା ଅଟନ୍ତି । ତାଙ୍କ ମନରେ ଥିଲା ଦେଶ ମାତୃକାର ସେବା କରିବା । ସେଥିପାଇଁ ପଣ୍ଡିତ ନେହେରୁ କୁହନ୍ତି ସେ ହେଉଛନ୍ତି କ୍ରାଇସେସ୍ ମ୍ୟାନେଜର, ଯାହାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ୩ଟି ଦେଶର ଜାତୀୟ ପତାକା ଅର୍ଦ୍ଧନିର୍ମିତ ହୋଇଥିଲା ଓ ୩ଟି ଦେଶରେ ଶୋକ ପାଳନ କରାଯାଇଥିଲା । ଏଭଳି ବ୍ୟକ୍ତିତ୍ୱ ଭାରତ ବର୍ଷରେ ବିରଳ । ଖାଲି ଜଣେ ମୁଖ୍ୟମନ୍ତ୍ରୀ କି କେନ୍ଦ୍ରମନ୍ତ୍ରୀ ନୁହଁନ୍ତି, ‘ଇଣ୍ଡୋନେସିଆ’ର ଭୂମିପୁତ୍ର ଯାହାଙ୍କ ନିଧନରେ ୨୧ ଦିନ ଶୋକ ପାଳନ କରାଯାଇଥିଲା, ସେ ହେଉଛନ୍ତି ଭାରତବର୍ଷର ଏକମାତ୍ର ବ୍ୟକ୍ତି । ପରନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ‘ଭାରତ ରତ୍ନ’ ନ ମିଳିବା ଏକ ହୀନ ମନ୍ୟତାର ପରିଚୟ, ହୀନ ରାଜନୀତି ଓ ରାଜନୈତିକ ଅଭିସନ୍ଧି । ଏଭଳି ଘଟଣାକୁ ନିଖିଳ ଓଡ଼ିଶା ପାଇକ ମହାସଂଘ ତୀବ୍ର ନିନ୍ଦା କରିବା ସହିତ କେନ୍ଦ୍ର ସରକାର ଏ ଦିଗରେ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରନ୍ତୁ । ବିଜୁ ବାବୁଙ୍କୁ ଭାରତ ରତ୍ନ ପାଇଁ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମହାସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସଂଯୋଜକ ତଥା ପାଇକଗୁରୁ କେଦାର ଦାସ, ସାଧାରଣ ସମ୍ପାଦକ ପ୍ରଫେସର ଡଃ ଗାୟନ ସାମଲ, ଡଃ ଶଶାଙ୍କ ଶେଖର ଚୁଡ଼ାମଣି, ଗୁରୁ ତଥା ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, କଟକ ଜିଲ୍ଲା ସଭାପତି ରାଜକିଶୋର ବେହେରା, ଉପଦେଷ୍ଟା ବିଜୟ କୁମାର ଆଇଚ, ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ ଏବଂ ଢେଙ୍କାନାଳ ଜିଲ୍ଲା ସଭାପତି ନବ ସାମଲ, ନୟାଗଡ଼ର କୁଳମଣି ଜେନା, ଜଗତସିଂହପୁରର ବିଦ୍ୟାଧର ନାୟକ, ରାଜ୍ୟ ଉପଦେଷ୍ଟା ଭୀମସେନ ବିଶ୍ୱାଳ, ବିଭୂତି ସ୍ୱାଇଁ, ମୁଖପାତ୍ର ରାଜୀବ ନୟନ ରଥ ପ୍ରମୁଖ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ