ଶିକ୍ଷା ଉପକରଣ ଦେଇ ପାଳିଲେ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ପରମ୍ପରାରେ ପରିବାରର କାହାର ଶ୍ରାଦ୍ଧବାର୍ଷିକୀ ଅନେକ ରୀତିନୀତିରେ ପାଳନ କରାଯାଇଥାଏ । ସମାଜର ଏହି ପରମ୍ପରା ପାଳିବା ବଦଳରେ ପିଲାଙ୍କ ଭବିଷ୍ୟତ ଗଢ଼ିବାକୁ ନିଆରା ପ୍ରୟାସ କରିଛନ୍ତି ଭୁବନେଶ୍ୱର ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟ ନିବାସୀ ସନ୍ତୋଷୀ ଜୈନ । ସେ ନିଜ ଝିଅର ଶ୍ରାଦ୍ଧବାର୍ଷିକୀ ପାଇଁ ବିଶାଳ ଭୋଜିଭାତର ଆୟୋଜନ ନକରି ସେହି ଖର୍ଚ୍ଚରେ ଭୁବନେଶ୍ୱର ଯାଁଳା ସ୍ଥିତ ଲେପର୍ସି କଲୋନୀର ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଗଢ଼ିବାରେ ଲଗାଇ ଦେଇଛନ୍ତି । ସାଧାରଣତଃ ଶ୍ରାଦ୍ଧବାର୍ଷିକୀରେ ସାହି ପଡ଼ିଶା, ବନ୍ଧୁବାନ୍ଧବଙ୍କୁ ଖାଇବାକୁ ଦିଆଯାଏ । ଏଥିପାଇଁ ବହୁ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥାଏ । କିନ୍ତୁ ସନ୍ତୋଷୀ ଏସବୁ ନକରି ଲେପର୍ସି କଲୋନୀରେ ରହୁଥିବା ଅଭାବୀ ବିଦ୍ୟାର୍ଥୀଙ୍କୁ ଯୋଗାଇ ଦେଇଛନ୍ତି ପାଠ୍ୟ ଉପକରଣ । ସନ୍ତୋଷୀଙ୍କ ଏପରି ଚିନ୍ତାଧାରାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ପ୍ରଶଂସା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସୁଶାନ୍ତ ସାହୁ, ରୁବି ଚୋବେ, ତ୍ରିଲୋଚନ ବେଉରା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ