ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଦୁସ୍ଥ ଅସହାୟ ବୟସ୍କ ବ୍ୟକ୍ତିଙ୍କୁ ନୂତନ ବସ୍ତ୍ର ଓ କମ୍ବଳ ବଣ୍ଟନ

ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସହଦେବଖୁଣ୍ଟାସ୍ଥିତ ‘ଅମୃତଧାରା ବୃଦ୍ଧାଶ୍ରମ’ ଓ ବାଲିଆସ୍ଥିତ ‘କପିଳମୁନି ବୃଦ୍ଧାଶ୍ରମ’ର ଅନ୍ତେବାସୀମାନଙ୍କୁ ନୂତନ ବସ୍ତ୍ର ଓ ଶୁଖିଲା ଖାଦ୍ୟସାମଗ୍ରୀ ବଣ୍ଟନ କରାଯାଇଛି । ବର୍ତ୍ତମାନର ସାମାଜିକ ବ୍ୟବସ୍ଥାରେ ନିଜ ପରିବାରରୁ ନିର୍ଯ୍ୟାତିତ ବୟସ୍କ ବ୍ୟକ୍ତିମାନେ ଏହିସବୁ ବୃଦ୍ଧାଶ୍ରମରେ ଆଶ୍ରୟ ନେଇଛନ୍ତି । କେତେକ ମାନବବାଦୀ ଦରଦୀ ବ୍ୟକ୍ତି ସେମାନଙ୍କ ଆର୍ଥିକ ଅନୁଦାନରେ ଏହି ବୃଦ୍ଧାଶ୍ରମମାନଙ୍କୁ ପରିଚାଳିତ କରୁଛନ୍ତି । ତେଣୁ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଉକ୍ତ ନିରାଶ୍ରୟ ବୃଦ୍ଧ ବୃଦ୍ଧାମାନଙ୍କୁ କର୍ମକର୍ତ୍ତାମାନେ ପୁରୁଷମାନଙ୍କୁ ଲୁଙ୍ଗି, ଧୋତି, ଗଂଜି ଓ ମହିଳାମାନଙ୍କୁ ଶାଢ଼ୀ ପ୍ରଭୃତି ବଣ୍ଟନ କରିଛନ୍ତି । ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସଂପାଦକ ଦାମୋଦର ନାୟକଙ୍କ ସମେତ କମଳାକାନ୍ତ ବେହେରା, ଅନ୍ତର୍ଯ୍ୟାମୀ ପ୍ରଧାନ, ଲକ୍ଷ୍ମୀନାରାୟଣ ଘୋଷ, ମାନସୀ ଘୋଷ, ଗୌରାଙ୍ଗ ପାଣିଗ୍ରାହୀ, ସରସ୍ୱତୀ ପଣ୍ଡା ଓ ସିଭିଲ୍ ସୋସାଇଟିର ସଂପାଦକ ମନୋଜ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସେହପରି ଭୋଗରାଇ ବ୍ଲକ୍‌ର ରସଲପୁର ଗ୍ରାମରେ ଦୁସ୍ଥ ପରିବାରର ବୟସ୍କ ବ୍ୟକ୍ତିମାନଙ୍କୁ ଶୀତବସ୍ତ୍ର କମ୍ବଳ ପ୍ରଭୃତି ମଞ୍ଚ ପକ୍ଷରୁ ଗତ ରବିବାର ଦିନ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ