କୋଣାର୍କ ବାର୍ ପାଇଁ ସ୍ଵତଃପ୍ରବୃତ୍ତ ଭାବେ ଲଢ଼ିଲେ ସୁପ୍ରିମ୍ କୋର୍ଟର ୧୦ ବରିଷ୍ଠ ଆଇନଜୀବି

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ମାଧିପୁର ଛକ ନିକଟରେ କୋଣାର୍କ କୋର୍ଟ କମ୍ପ୍ଲେକ୍ସ ର ନୂତନ ଗୃହ ନିର୍ମାଣ ଲାଗି ଗତ ଫେବୃଆରୀ ୪ତାରିଖରେ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ୍ ମୁରଲୀଧରନ ଓ ଏଚ ବି ଜଷ୍ଟିସ ଡକ୍ଟର ବି ଆର୍ ଷଡ଼ଙ୍ଗୀ ଙ୍କ ଦ୍ଵାରା ଶିଳାନ୍ୟାସ କରାଯାଇଥିଲା। ଉକ୍ତ ଦିବସରୁ ମାଧିପୁର୍ ମୌଜାର ୪ଏକର ପରିମିତ ଜମିରେ ପ୍ରାୟ ଆଠ କୋଟି ଟଙ୍କା ବ୍ୟୟରେ କୋର୍ଟ କମ୍ପ୍ଲେକ୍ସ ର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ଏବଂ ପ୍ରାୟ ୯୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ସରିଆସିଲାଣି।ଉକ୍ତ ଜମି କୋର୍ଟକୁ ହସ୍ତାନ୍ତର ଦିନଠାରୁ କିଛି ବ୍ୟକ୍ତି ଏହାକୁ ବିରୋଧ କରିଆସୁଥିଲେ। ଉକ୍ତ ଜମିରେ କୋର୍ଟ ନ କରାଇ ଦେବା ପାଇଁ କୋଣାର୍କ ସରସ୍ଵତୀ ଶିଶୁ ମନ୍ଦିର ପରିଚାଳନା କମିଟି ସଦସ୍ୟ ଭାଗିରଥି ସ୍ୱାଇଁ, ରଘୁନାଥ ମହାପାତ୍ର ଙ୍କ ସମେତ ମାଧିପୂର ଗ୍ରାମର ପ୍ରଭାତ ପାଢ଼ୀ , ରବୀନ୍ଦ୍ର ପାଢ଼ୀ , ପ୍ରସନ୍ନ ପାଢ଼ୀ , ସୁଶାନ୍ତ ପାଢ଼ୀ , ବିଭୁତି ପାଢ଼ୀ ପ୍ରମୁଖ ହାଇକୋର୍ଟରେ ବିଭିନ୍ନ କାରଣ ଦର୍ଶାଇ ଚାରିଗୋଟି କେସ ଯଥା WP(C) No 33774/21, WP(C) No 10809/23, CONTC No 3843/23, WP(C) No 21030/23 ଓ ସୁପ୍ରିମ କୋର୍ଟରେ ଏକ ଅପିଲ କେସ (SLP No 21994/ 2023 )ରୁଜ୍ଜୁ କରିଥଲେ । ଏ ସମସ୍ତ କେସ ଖାରଜ ହେବାପରେ , ଉକ୍ତ ବ୍ୟକ୍ତିମାନେ ପୁନର୍ବାର ସୁପ୍ରିମ କୋର୍ଟରେ ଏକ ଅପିଲ କେସ (CA no.841/2024) ଦାଖଲ କରିଥିଲେ।ସୁପ୍ରିମ କୋର୍ଟରେ ମାନ୍ୟବର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ କେ.ଭି.ବିଶ୍ୱନାଥନ ଗତ ୨୨.୦୧.୨୪ ରେ ଏହି କେସ ବିଚାର କରି ଏହାକୁ ଜନସ୍ବାର୍ଥ ବିରୋଧୀ ଦର୍ଶାଇ ଖାରଜ କରିଦେଇଛନ୍ତି। ପ୍ରକାଶ ଥାଉକି , ହାଇକୋର୍ଟ ଓ ସୁପ୍ରିମ କୋର୍ଟ ରେ ଆବେଦନକାରୀ କରିଥିବା ପ୍ରତ୍ୟେକ କେସରେ , କୋଣାର୍କ ବାର ଆସୋସିଏସନ ପକ୍ଷରୁ ସଭାପତି ଶ୍ରୀଜୟ ବରାଳ ପକ୍ଷଭୁକ୍ତ ହୋଇ କୋର୍ଟ ହେବା ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥଲେ। ସୁପ୍ରିମ କୋର୍ଟରେ କୋଣାର୍କ ବାର୍ ପାଇଁ ସ୍ଵତଃପ୍ରବୃତ୍ତ ଭାବେ ସୁରେନ୍ଦ୍ର କୁମାର ପତ୍ରୀ , ସୁଭାଷଚନ୍ଦ୍ର , ରାଜେଶ୍ ରଥ , ମହିନ୍ଦର୍ ସିଂ, ମୋନିକା ସିଂ, ଏସ୍.ଭେଲାଶ୍ରୀ , ହେମନ୍ତ କିଶୋର , ସଲୋନି ସରନ୍ , ନୟନ ମାଘୋ ରୋବିନ ଖୋକର୍ ଆଦି ୧୦ ଜଣ ବରିଷ୍ଠ ଆଇନଜୀବି ମାମଲା ପରିଚାଳନା କରିଥିବାବେଳେ ହାଇକୋର୍ଟ ରେ ଶିବ ଶଙ୍କର ମହାନ୍ତି ମାମଲା ପରିଚାଳନା କରିଥିଲେ।ଏହି ମାମଲା ଖାରଜ ହେବା ଫଳରେ କୋର୍ଟ ନିର୍ମାଣ ରେ ଆଉ କୌଣସି ବାଧାବିଘ୍ନ ହେବନାହିଁ ବୋଲି ଏକପ୍ରକାର ନିଶ୍ଚିତ ହୋଇଯାଇଛି ଏବଂ କୋଣାର୍କ ଜନସାଧାରଣଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ