ବିଧାନସଭା ଘେରିବ ଉତ୍କଳ ସାମ୍ବାଦିକ ସଂଘ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) :ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସାମ୍ବାଦିକବର୍ଗ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ôଚତ ହେବା ଚିନ୍ତାଜନକ । ଏହି ପରିପ୍ରେକ୍ଷୀରେ ଉତ୍କଳ ସାମ୍ବାଦିକ ସଂଘ ବିଭିନ୍ନ ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ସମୟରେ ସାମ୍ବାଦିକମାନଙ୍କ ନ୍ୟାର୍ଯ୍ୟ ଦାବି ସମୂହକୁ କ୍ରମାଗତ ଭାବେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପସ୍ଥାପନ କରି ଆସିଛନ୍ତି । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ବୟସ୍କ ସାମ୍ବାଦିକଙ୍କୁ ଭତ୍ତା ପ୍ରଦାନ, ଅଧିସ୍ୱୀକୃତି କମିଟି ପୁନର୍ଗଠନ ସହ ବ୍ଲକ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ, ପ୍ରଚଳିତ ସ୍ୱାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ପଚିଶ ବର୍ଷରୁ ଉର୍ଦ୍ଧ୍ୱ ସନ୍ତାନ ସନ୍ତତିମାନଙ୍କୁ ସାମିଲ୍ ଏବଂ ପ୍ରେସ୍ ଏକାଡ଼େମୀ ଗଠନ ପୂର୍ବକ ଭୁବନେଶ୍ୱରଠାରେ ଏହାର କାର୍ଯ୍ୟାଳୟ ସ୍ଥାପନ ଇତ୍ୟାଦି ପ୍ରମୁଖ ଦାବି ନେଇ ରାଜ୍ୟ ସଂଘ ପକ୍ଷରୁ ମଧ୍ୟ ଏକାଧିକ ବାର ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ମାତ୍ର ଦାବି ପୂରଣ ଦିଗରେ ସରକାରଙ୍କ ଟାଳଟୁଳ ମନୋଭାବକୁ ନେଇ ରାଜ୍ୟର ସାମ୍ବାଦିକ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏତାଦୃଶ ସରକାରୀ ଉଦାସୀନତା ବିରୋଧରେ ଆସନ୍ତା ୭ ତାରିଖରେ ବିଧାନସଭା ଅଧିବେଶନ କାଳରେ ଲୋୟର ପିଏମ୍‌ଜିଠାରେ ଏକ ବିକ୍ଷୋଭ ସମାବେଶର ଆୟୋଜନ କରାଯାଇଛି ।ଉତ୍କଳ ସାମ୍ବାଦିକ ସଂଘର ଆହ୍ୱାନକ୍ରମେ ଆୟୋଜିତ ହେବାକୁ ଥିବା ଏହି ସମାବେଶରେ ରାଜ୍ୟର କୋଣ ଅନୁକୋଣରୁ ସହସ୍ରାଧିକ ସାମ୍ବାଦିକମାନେ ଯୋଗ ଦେବେ ବୋଲି ସଂକ୍ଷ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ଅଧିକରୁ ଅଧିକ ସାମ୍ବାଦିକ ଏହି ବିକ୍ଷୋଭ ସମାବେଶରେ ସମ୍ମିଳିତ ହୋଇ ନିଜର ବୃତ୍ତିଗତ ନ୍ୟାର୍ଯ୍ୟ ଦାବି ହାସଲ ଦିଗରେ ସହାୟକ ହେବାକୁ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ, ପପୁ ମହାନ୍ତି, ରମେଶ ମହାନ୍ତି, ସନତ ମିଶ୍ର, ପବିତ୍ର ମହାରଥା, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ଭୁବନେଶ୍ୱର ଜିଲ୍ଲା ଶାଖା ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ପ୍ରେସ୍ ବାର୍ତ୍ତା ଅବସରରେ ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ