ମାତୃପିତୃ ପୂଜନ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଯୋଗବେଦାନ୍ତ ସେବା ସମିତି ଆନୁକୂଲ୍ୟରେ ସ୍ଥାନୀୟ ଟଙ୍କପାଣି ରୋଡଠାରେ ମାତୃ-ପିତୃ ପୂଜନ ସହିତ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସନ୍ଥ ଆଶାରାମ ଜୀଙ୍କ ଦ୍ୱାରା ପ୍ରେରିତ ଉକ୍ତ ଅନୁଷ୍ଠାନ ପକ୍ଷରୁ ମାତୃ-ପିତୃମାନଙ୍କୁ ବିଧିପୂର୍ବକ ପୂଜନ କରିବା ସହିତ ପିଲାମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରେମ ଦିବସ ପାଳନ ନକରି ଏହି ଦିବସଟିକୁ ମାତୃ-ପିତୃ ପୂଜନ ଓ ଗୁରୁଜନମାନଙ୍କୁ ଯଥାବିଧି ପୂଜନ ବ୍ୟକ୍ତିର ବୌଦ୍ଧିକ ବିକାଶ ଘଟିବା ସହିତ ସମାଜରେ ଏକ ସକାରାତ୍ମକ ଭୂମିକା ପଡ଼ିଥାଏ ବୋଲି ଅନୁଷ୍ଠାନ ପକ୍ଷରୁ ମତବ୍ୟକ୍ତ କରାଯାଇଥିଲା । ମାତା ଓ ପିତାଭାବେ ଅଖିଳ ସାମଲ ଓ ଅନୁସୂୟା ସାମଲ ଉପସ୍ଥିତ ରହି ଆଶୀର୍ବାଦ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗିରିଶ ପରିଚାଳନା କରିଥିବାବେଳେ ପ୍ରମୁଖ ସହଯୋଗ କରିଥିଲେ ଜୟଶ୍ରୀ, ରାଜଶ୍ରୀଙ୍କ ଅନୁଷ୍ଠାନର ସମସ୍ତ ସଦସ୍ୟସଦସ୍ୟା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ