ପ୍ରଣାମ ଦିବ୍ୟପୁରୁଷ ଦିବ୍ୟସିଂହ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହିମା ଧର୍ମର ପ୍ରଚାରକ ତଥା ମହିମା ଧର୍ମର ଗୃହସ୍ଥ ସନ୍ନ୍ୟାସୀ ‘ଦିବ୍ୟସିଂହ’ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ନିଜ ଗ୍ରାମ ଭୁବନେଶ୍ୱରସ୍ଥିତ କାଇମାଟିଆ ଗ୍ରାମରେ ପାଳିତ ହୋଇଯାଇଛି । ତାଙ୍କ ସ୍ମୃତିସଭାରେ ଯୋଗଦାନ କରି ଚିଲିକା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ଜଗଦେବ କହିଲେ ଯେ, ଦିବ୍ୟସିଂହ ବାବୁ ଜଣେ ଦିବ୍ୟ ପୁରୁଷ ଥିଲେ । ଚାକିିରିରୁ ଅବସର ନେବା ପରେ ମହିମା ଧର୍ମର ପ୍ରଚାର ପାଇଁ ତାଙ୍କ ଉଦ୍ୟମ ପ୍ରଶଂସନୀୟ । ସ୍ଥାନୀୟ ସମାଜସେବୀ ସନ୍ତୋଷ କୁମାର ଜେନା ଯୋଗଦେଇ ଦିବ୍ୟସିଂହ ବାବୁ ସମାଜସେବା, ଗୋମାତା ପୂଜନ ଓ ବୃକ୍ଷରୋପଣ କାର୍ଯ୍ୟ ଯାହା କରୁଥିଲେ, ତାକୁ ଆଗାମୀ ପିଢି ଏକ ବ୍ରତ ଭାବେ ଗ୍ରହଣ କଲେ ତାହା ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ପାଇକ ମହାସଂଘର ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ କେଦାର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଦାଞ୍ଜଳି ସଭାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁୁବୁଦ୍ଧିଙ୍କୁ ପଗଡି, ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଯୁବ ସାମ୍ବାଦିକ ରାଜୀବ ନୟନ ରଥ, ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ଦିଲ୍ଲୀପ ଦାସଶର୍ମା, ବରିଷ୍ଠ ସ୍ତମ୍ଭକାର ଶ୍ରୀଯୁକ୍ତ ରାଜେଶ କୁମାର ନାଏକ ପ୍ରମୁଖ ଯୋଗଦାନ କରିଥିଲେ । ଦିବ୍ୟସିଂହ ହେଉଛନ୍ତି ନିଖିଳ ଓଡ଼ିଶା ପାଇକ ମହାସଂଘର ସଭାପତି ଅଶୋକ କୁମାର ପାଲଟାସିଂହଙ୍କ ପିତା । ପୋଲିସ୍ ପ୍ରଶାସକ ବିଜୟ କୁମାର ଆଇଚ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ ବିଦାୟ ‘ଦିବ୍ୟପୁରୁଷ ଦିବ୍ୟସିଂହ’ ସ୍ମରଣିକା ଉନ୍ମୋଚନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ