ଏଲ୍‌ଜେପିଆର’ର ନିର୍ବାଚନୀ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏଲ୍‌ଜେପିଆର (ଲୋକ ଜନଶକ୍ତି ପାର୍ଟି-ରାମ ବିଳାସ) ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ଦେବ । ଆଗାମୀ ଦିନରେ ଦଳୀୟ ସଂଗଠନକୁ ମଜଭୁତ କରିବା ସହ ଲୋକମାନଙ୍କୁ ଦଳକୁ ଆଣିବା ପାଇଁ ଦଳ ତରଫରୁ ବିଭିନ୍ନ ସ୍ଥାନରେ ସଭାସମିତି ଓ ରୋଡ଼ ଶୋ କରିବ । ୨୦୨୪ ସାଧାରଣ ନିର୍ବଚନ ନିମନ୍ତେ ଓଡ଼ିଶାରେ ୧୦ଟି ଲୋକସଭା ଓ ୬୦ଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଦେବ ବୋଲି ରାଜ୍ୟଶାଖା ସଭାପତି ରାଜନ ଲାଲ ଶ୍ରୀବାସ୍ତବ ଗଣମାଧ୍ୟମକୁ କହିଛନ୍ତି ।ରବିବାର ଦିନ ରାଜଧାନୀ ଭୁବନେଶ୍ୱରରେ ଏଲ୍‌ଜେପିଆର ପକ୍ଷରୁ ତୃତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଷ୍ଟ୍ରୀୟ ସଚିବ ତଥା ଓଡ଼ିଶା ପ୍ରଭାରୀ ରବି ଟିକ୍କୁ ଉପସ୍ଥିତ ରହି କର୍ମୀମାନଙ୍କୁ ଉତ୍ସାହିତ କରିବା ସହ ଦଳକୁ ଆହୁରି ମଜଭୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ରାଜ୍ୟର ୨୦ଟି ଜିଲ୍ଲାରେ ଦଳର ସଂଗଠନ ରହିଥିବା ବେଳେ ନିର୍ବାଚନ ପୂର୍ବରୁ ବାକି ୧୦ଟି ଜିଲ୍ଲାରେ ଶାଖା ଖୋଲିବା ସହ ସଭ୍ୟ ସଂଗ୍ରହ କରାଯିବ ବୋଲି ସେ କହିଥିଲେ । ଏହି ବୈଠକରେ ଜିଲ୍ଲା ସଭାପତି, ବ୍ଲକ ସଭାପତି ଓ ସମ୍ଭାବ୍ୟ ପ୍ରାର୍ଥୀମାନେ ଉପସ୍ଥିତ ରହି ଦଳୀୟ ସଂଗଠନକୁ ମଜଭୁତ କରିବା ସକାଶେ ମତ ରଖିଥିଲେ ।ଏହି ଅବସରରେ ସମ୍ଭାବ୍ୟ ପ୍ରାର୍ଥୀମାନେ ପ୍ରାର୍ଥୀ ସମ୍ପର୍କିତ ବିବରଣୀ (ବାଇଓଡ଼ାଟା) ରାଜ୍ୟ ସଭାପତିିଙ୍କୁ ପ୍ରଦାନ କରିଥିଲେ । ବୈଠକ ପରିଚାଳନାରେ ରାଜ୍ୟ ଲିଗାଲ ସେଲ୍‌ର ସଚିବ ନିରଞ୍ଜନ କାନୁନଗୋ ଓ ଲିଗାଲ୍ ସେଲ୍‌ର ରାଜ୍ୟ ଉପସଭାପତି ଅବନୀ କୁମାର ପାତ୍ର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ