ନିଉଦାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ବନ୍ତ, (ଯୁଗାବ୍ଦ ନ୍ୟୁଜ):ଛୋଟ ଛୋଟ ପିଲା ମାନଙ୍କ ସମ୍ଭାବନା ବଢ଼ାଇବା ଦାୟିତ୍ୱ ଆମର, ଭଲ ପାଠ ନ ପଢି ଅଧିକ ନମ୍ବର ରଖିଲେ ଲୋକେ ଆମକୁ ସମାଲୋଚନା କରିବେ, ତେଣୁ ସନ୍ତାନକୁ ଏପରି କରି ଗଢିବା ଭବିଷ୍ୟତରେ ଭଲ ଓ ବଡ଼ ମଣିଷ ହୋଇ ରାଷ୍ଟ୍ର ନିର୍ମାଣରେ ସହଭାଗୀତା ହୋଇପାରିବେ ବୋଲି ହାଟଡିହି ବ୍ଲକ ନିଉଦାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବେଦ ବାଣୀ ବିଶାରଦ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ମତବ୍ୟକ୍ତ କରିଛନ୍ତି । ଶିଶୁ ମନ୍ଦିରର ସଭାପତି ଶିଳ୍ପଦୌଗୀ ଅଶୋକ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଟଡିହି ଗୋଷ୍ଠୀ ଶିକ୍ଷାଧିକାରୀ ଧନେଶ୍ୱର ଖଣ୍ଡେଇ ଯୋଗଦେଇ ତାଙ୍କ ବକ୍ତବ୍ୟରେ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନେ ପାଠ ପଢା ସହ ସଂସ୍କାରିତ ହୋଇ ରାଷ୍ଟ୍ରିୟ ଚେତନାରେ ଉଦ୍ବୁଦ୍ଧ ହୋଇଥାନ୍ତି ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ନାୟକ, ଓ.ଏମ୍.ସି ର ଭୂତତ୍ୱବିତ୍ ଦେବାଶିଷ ନାୟକ, ସମାଜସେବୀ ବିକ୍ରମ କେଶରୀ ବିଶ୍ୱାଳ, ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ବିଶ୍ୱାଳ, ବିପିନ ବିହାରୀ ବଳ, ସାହିତି୍ୟକ ଅମୁଲ୍ୟ କୁମାର ମିଶ୍ର, ପୂର୍ବତନ ବ୍ୟାଙ୍କ ପରିଚାଳକ ପ୍ରଫୁଲ୍ଲ ମହାପାତ୍ର, ଚକ୍ରବର୍ତ୍ତି ପଣ୍ଡା, ସାମ୍ବାଦିକ ହେମନ୍ତ ସିଂହ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିଶୁ ଭାଇ ଭଉଣୀ ମାନଙ୍କ ଉଦେ୍ଦଶ୍ୟରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡାଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ସମ୍ପାଦକ ହରମୋହନ ପଣ୍ଡା ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ପ୍ରଧାନ ଆଚାର୍ଯ୍ୟା ମାନାରାଣୀ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ ଓ ଶେଷରେ ଚିତ୍ରଲେଖା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷାବିତ୍ ମୋହନ କୁମାର ମହାନ୍ତି ମଞ୍ଚ ସଞ୍ଚାଳନ କରିଥିଲେ । ପରିଚାଳନା କମିଟିର ଅକ୍ଷୟ କୁମାର ବଳ, ଅଲେଖ ରାଉତ, ରଞ୍ଜୁଲତା ମହାନ୍ତି, ଅନାଦୀ ଚରଣ ବିନ୍ଧାଣୀ, ଗୋପାଳ କୃଷ୍ଣ ରାଉତ, ରାଧାଶ୍ୟାମ ମଲ୍ଲିକ, ସୁରେନ୍ଦ୍ର କୁମାର ସା, ଗୁରୁମା ସ୍ନେହଲତା ଖୁଣ୍ଟିଆ, ପଲ୍ଲବୀ ମିଶ୍ର, ସ୍ନେହଲତା ବାରିକ, ସୁଚିସ୍ମିତା ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ