ମା ପଶ୍ଚିମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଭିକେଡି ଇଲେଭେନ ପଙ୍ଗିରା ଚମ୍ପିୟନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଓରାଳି ଦକ୍ଷିଣ ସାହି ୟୁଥ କ୍ଲବ ପକ୍ଷରୁ ଚାଲିଥିବା ମା’ପଶ୍ଚିମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇ ଯାଇଛି। ଆଜିର ଫାଇନାଲ ମ୍ୟାଚ ଭିକେଡି ଇଲେଭେନ ପଙ୍ଗିରା ଓ କାହ୍ନା ଇଲେଭେନ କଳିଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଭିକେଡି ଇଲେଭେନ ପଙ୍ଗିରା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ୧୬ଓଭରରେ ୧୮୧ରନ କରିଥିଲା। ସୁଧାଂଶୁ ବାରିକ ଦଳ ପକ୍ଷରୁ ସର୍ବାଧିକ ୫୨ବଲରେ ୧୧୧ରନ କରିଥିଲେ। ଏହାର ଜବାବ ରେ କାହ୍ନା ଇଲେଭେନ ମାତ୍ର ୫୭ରନ କରିବାକୁ ସମର୍ଥ ହୋଇଥିଲା। ରମେଶ ମହାରଣା, ବାଦଲ ସେଠୀ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ସିପୁନ ରଣା, ଭାଶ୍ୟକାର ଭାବେ ପବିତ୍ର ସେଠୀ, ସମ୍ବୁ ନାୟକ ଖେଳର ଧରାବିବରଣୀ ପ୍ରଦାନ କରିଥିଲେ। ଆଜିର ଉଦଯାପନି ଦିବସରେ ମୁଖ୍ୟଅତିଥି ଭାବେ ଯୁବ ବିଜେଡି ନେତା ଇଂ ବିଶ୍ୱନାଥ ପ୍ରତାପ ଜେନା, ସମ୍ମାନୀତ ଅତିଥି ଭାବେ ଯୁବନେତା ଚିତ୍ତ ରଞ୍ଜନ ପାତ୍ର, ସମାଜସେବୀ ସୁଧାଂଶୁ ଦକ୍ଷିଣରାୟ, ସମିତି ସଭ୍ୟ ଦେବବ୍ରତ ବେହେରା ପ୍ରମୁଖ ଯୋଗାଦେଇ ଚମ୍ପିୟାନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଦକ୍ଷିଣ ସାହି ୟୁଥକ୍ଲବର ସଦସ୍ୟ ମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ