ବଡରମ୍ପାସ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ସଚେତନତା ଶିବିର

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ବଡରମ୍ପାସ ପଞ୍ଚାୟତ ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନାଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ଯୁବ ସମାଜସେବି ଅଭିମନ୍ୟୁ ସେଠୀ, ସମିତି ସଭ୍ୟ ବାବନ ସେଠୀ, ପିଇଓ ମଧୁସ୍ମିତା ମହାନ୍ତି ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଥିବା ବେଳେ ବର୍ତ୍ତମାନ ସମୟରେ ମୋ ବସ ଯୋଜନା, ସ୍କୁଲ ଓ ମଠ ମନ୍ଦିର ଗୁଡିକର ରୂପାନ୍ତି କରଣ, କାଳିଆ ଯୋଜନା ଭଳି କାର୍ଯ୍ୟକାରୀ କରିଛନ୍ତି। ପ୍ରତି ପଞ୍ଚାୟତ କୁ ବସ ଯାତାୟାତ କରିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛନ୍ତି ବୋଲି ମତବ୍ୟକ୍ତ କରିବା ସହିତ ଲୋକଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ ପାଲା, ଦାସ କାଠିଆ ଓ ଲୋକକଳା ମାଧ୍ୟମରେ ଲୋକ ମାନଙ୍କୁ ସଚେତନ କରାଯାଇଥିଲା। ପ୍ରତି ପରିବାରକୁ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ସମ୍ପର୍କିତ ପୁସ୍ତିକା ବଣ୍ଟନ କରାଯାଇଥିଲା। ଏଥିରେ ହଜାରରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ। , ସାମାଜିକ ସୁରକ୍ଷା, ରାଜ୍ୟ ଖାଉଟି କଲ୍ୟାଣ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିବାବେଳେ ଜିଆରଏସ ନିରଞ୍ଜନ ବାରିକ, ନାରାୟଣ ବେହେରା, ନିରଞ୍ଜନ ସାହୁ, ବଳରାମ ସାହୁ, ଭଗବାନ ନାୟକ, ପାର୍ଥ ସୌରଭ ସା, ସୁଶାନ୍ତ କୁମାର ସେନାପତି , ଦେବେନ୍ଦ୍ର ଜେନା, ସନ୍ତୋଷ ଜେନା, ଶ୍ରୀଧର ସାହୁ, ପ୍ରଶାନ୍ତ ପାତ୍ର, ମହେଶ୍ୱର ସୁତାର, ବିଶେଶ୍ୱର ସୁତାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ