ସମାଜସେବୀ ପ୍ରଦୀପ ବିଶ୍ୱାଳଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ସମାଜସେବୀ ତଥା ଓଡ଼ିଶା ନାଗରିକ ମହାମଂଚର ଉପସଭାପତି ପ୍ରଦୀପ କୁମାର ବିଶ୍ୱାଳଙ୍କୁ ଏଲିଏନ୍‌ସ ଆମେରିକାନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି । ଦୀର୍ଘ ୨୫ବର୍ଷ ଧରି ଶ୍ରୀଯୁକ୍ତ ବିଶ୍ୱାଳ ରକ୍ତଦାନ, ପୂଜ୍ୟପୂଜା, ସାଂସ୍କୃତିକ ଓ ବୌଦ୍ଧିକ କାର୍ଯ୍ୟକ୍ରମର ଅଗ୍ରଣୀ ଯୋଦ୍ଧା ତଥା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମମାନ କରିଆସୁଛନ୍ତି । ଏହି ସମ୍ମାନ ପାଇ ସାରା ଓଡ଼ିଶାକୁ ସେ ଗୌରବାନ୍ୱିତ କରିବା ସହିତ ସମଗ୍ର ସମାଜସେବୀଙ୍କୁ ଏହା ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କୁ ଏହି ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ଗୁରୁଗ୍ରାମଠାରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍କଲାରସିପ୍ ଡଟ୍ କମ୍ ର ଅଧ୍ୟକ୍ଷ ମି. ଋାହୁଲ , ନିର୍ଦ୍ଦେଶକ ଇଗନାଲ୍ ହିଣ୍ଡ୍ରିକ ପ୍ରମୁଖ ଉପସ୍ଥିତ ରହି ଉକ୍ତ ସମ୍ମାନସୂଚକ ଉପାଧି ପ୍ରଦାନ କରିଥିଲେ ବୋଲି ନାଗରିକ ମହାମଂଚର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ