ଚନ୍ଦ୍ରଭାଗା ମାଘମେଳା ପାଇଁ ମୁତୟନ ହେବେ ୩୦୦ ସ୍ବେଛାସେବୀ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ଵପ୍ରସିଦ୍ଧ ଚନ୍ଦ୍ରଭାଗା ମାଘମେଳା କୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ପ୍ରଶାସନ ଓ ସ୍ବେଛାସେବୀ ମାନଙ୍କର ଏକ ମିଳିତ ବୈଠକ କୋଣାର୍କ ଯାତ୍ରୀନିବାସ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ପୋଲିସ ପ୍ରଶାସନ ସହ, ସମାଜସେବୀ ରାମକୃଷ୍ଣ ମହାନ୍ତି ଙ୍କ ନେତୃତ୍ୱ ରେ ପୁରୀ ଶିକ୍ଷା ବିଭାଗ ଅଧୀନ ସ୍କାଉଟ ଓ ଗାଇଡ଼, ଜାତୀୟ ସମର ଶିକ୍ଷ୍ୟାର୍ଥୀ ବାହିନୀ, ଜାତୀୟ ସେବା ଯୋଜନା, ନେହରୁ ଯୁବକେନ୍ଦ୍ର, ନାଭାଲ ୟୁନିଟ, ସବୁଜ ସଂକଳ୍ପ, ଭାରତ ଉଦୟ ଯୁବକ ସଂଘ, ବସନ୍ତ ମଞ୍ଜରୀ ପାଠାଗାର, ଦ ସେବକ, ଉତ୍ସର୍ଗ ପରିବାର, ଜାଭିଆର କଲେଜ ଅଫ ହୋଟେଲ ମ୍ୟାନେଜମେଣ୍ଟ ର ପ୍ରାୟ ୩୦୦ ସ୍ବେଛାସେବୀ ଯୋଗଦେଇ ଟ୍ରାଫିକ ସମସ୍ୟା, ଚନ୍ଦ୍ରଭାଗା ତୀର୍ଥ, ସମୁଦ୍ରକୁଳ ପେଟ୍ରୋଲିଙ୍ଗ, ହଜିଲା ଖୋଜିଲା ମଞ୍ଚ, ସୂର୍ଯ୍ୟମନ୍ଦିର, ନବଗ୍ରହ ମନ୍ଦିର ନିକଟରେ ରହି ସେବା ଯୋଗାଇଦେବେ । ଏହି ବୈଠକରେ ସମାଜସେବୀ ରାମକୃଷ୍ଣ ମହାନ୍ତି, କୋଣାର୍କ ଥାନା ର ଭାରପ୍ରାପ୍ତ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ନିର୍ଭlହୀ ଅଧିକାରୀ ଶ୍ୱେତପଦ୍ମା ଧଳ, ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷ ଏନ ସି କର, ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିହାର ରଞ୍ଜନ ଲେଙ୍କା ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ବୈଠକରେ ଉପସ୍ଥିତ ଥିଲେ । ଶେଷରେ ଦିଲ୍ଲୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ