ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆସନ୍ତା ୧୪ତାରିଖ ରେ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଗସ୍ତ ପରିପ୍ରେକ୍ଷୀରେ ଆୟୋଜିତ ସାଧାରଣ ସଭା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସଫଳ ନେଇ ସୋମବାର ଏକ ପ୍ରସ୍ତୁତି ବୈଠକ ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ବିଡ଼ିଓ ସୁଶାନ୍ତ କୁମାର ବରାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୀତଳାପଲ୍ଲୀ ଠାରେ ସାଧାରଣ ସଭା ଓ ସମ ସୁପର ସ୍ପୋସାଲିଷ୍ଟ ହସ୍ପିଟାଲ ର ଲୋକାର୍ପଣ ସହ ବିଭିନ୍ନ କାର୍ଯ୍ୟକ୍ରମ ରହିଛି, ଏଣୁ ଏଥିରେ ବହୁ ସଂଖ୍ୟଙ୍କ ମହିଳା, ମିଶନଶକ୍ତି ସଦସ୍ୟ, ଏମିବିକେ, ସିଆରପି ମାନଙ୍କ ଠାରୁ ଆରମ୍ଭ କରି ବହୁ ଜନପ୍ରତିନିଧି ଏବଂ ଜନସାଧାରଣ ମାନେ ଯୋଗଦେବେ ସେ ସମ୍ପର୍କ ରେ ଆଲୋଚନା କରିଥିଲେ, ଏହି ବୈଠକ ରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଉପାଧ୍ୟକ୍ଷା ଏସ. ଶାରଦା ରେଡ୍ଡୀ, ଜିଲ୍ଲାପରିଷଦ ସଭ୍ୟା ଛବିତା ବେହେରା ଙ୍କ ସମେତ ବହୁ ଜନପ୍ରତିନିଧି ମାନେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ସଫଳ କରିବାକୁ ନେଇ ବିଭିନ୍ନ ମତଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ