ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ଅନ୍ତଃ ହାଉସ ପୁରସ୍କାର ବିତରଣ କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ର ସର୍ବ ପୁରାତନ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ଅନ୍ତଃ ହାଉସ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସର ରେ ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷଟାରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଏଶୋସିଏଟ ପ୍ରଫେସର ଡ଼. ଶରତ କୁମାର କଣ୍ଠ, ମୁଖ୍ୟଵକ୍ତା ଭାବେ ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ଅଶ୍ୱିନୀ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଇଓ ସୀତାରାମ ପାତ୍ର, ବେଗୁନିଆପଡା ବିଇଓ ରୁଦ୍ର ନାରାୟଣ ସାହୁ, କଞ୍ଚୁରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ସୁଜିତ କୁମାର ପାଢ଼ୀ, ଛତ୍ରପୁର ଏବିଇଓ ସଂଯୁକ୍ତା ରଥ, ଛତ୍ରପୁର ଇଣ୍ଡିଆନ ବ୍ୟାଙ୍କ ର ବରିଷ୍ଠ ପ୍ରବନ୍ଧକ କୈଳାଶ ଚନ୍ଦ୍ର ବେହେରା ଓ ଅନସ୍ଲୋ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅମୀୟ ଅମିତାଭ ଧଳ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ସୁନାଗରିକ ହେବା ନିମନ୍ତେ ମତ ପ୍ରକାଶ କରିଥିଲେ, ପ୍ରାରମ୍ଭ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବାର୍ଷିକ ବିବରଣୀ ପାଠ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ, ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧନ୍ୟବାଦ ଦେଇଥିଲେ, ଏହାସହିତ ଅନୁଷ୍ଠାନ ର ବାର୍ଷିକ ମୂଖପାତ୍ର “ବାଳାଦିତ୍ୟ “ଉନ୍ମୋଚିତ ହୋଇଥିଲା, ଏହି ଅବସର ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ