ଡେଙ୍ଗାଡ଼ି ରେ ପଞ୍ଚାୟତସ୍ତରୀୟ ଆମଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାଡ଼ି ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା” ସତେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସରପଞ୍ଚ ଶିବରାମ ସ୍ୱାଇଁ ଙ୍କ ସଂଯୋଜନାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ସମ୍ମାନିତ ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଓ ଉପାଧ୍ୟକ୍ଷା ରିଙ୍କି ନାହାକ , ଓସ କାର୍ଡ ବ୍ୟାଙ୍କ ପୂର୍ବତନ ସଭାପତି ପାଚିକ ପାଚିକା ସଂଘର ସଭାପତି ଯୋଗେନ୍ଦ୍ର ସ୍ୱାଇଁ , ଜିଲ୍ଲା ପରିଷଦ ସଭ୍ୟ ଅମିନ ସ୍ବାଇଁ ଓ ଡେଙ୍ଗାଡ଼ି ସମିତି ସଭ୍ୟା ବାସନ୍ତି ପ୍ରଧାନ ପୋଡାମାରୀ ସମିତି ସଭ୍ୟ ପରମେଶ୍ୱର ପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ବ୍ଲକଓ ପଞ୍ଚାୟତ ସ୍ତରରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଭିତ୍ତିଭୂମିର ବିକାଶ ଗ୍ରାମାଞ୍ଚଳରେ ଲୋକଙ୍କ ନିକଟରେ ପହଞ୍ଚାଇବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଗୁରୁତ ଦେଉଥିବା ବେଳେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ସରକାରଙ୍କ ବିଭିନ୍ନ ଯୋଜନା ରେ ସମସ୍ତେ କିଭଳି ଲାଭବାନ ହୋଇପାରିବେ ସେନେଇ ଉପସ୍ଥିତ ସତେତନତା ଶିବିରରେ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଙ୍ଗନବାଡି ସୁପରଭାଇଜର ପିଇଓ ମଧୁସୂଧନ ବିଷୋୟୀ ଜିଆରଏସ ସନ୍ଦ୍ୟାରାଣୀ ସେଠୀ ଯୋଗାଣ ସହାୟକ ବିଦ୍ୟାଧର ପ୍ରଧାନ ସମେତ ବିଭିନ୍ନ ବିଭାଗଗୀୟ କର୍ମଚାରୀ ସମସ୍ତ ପଞ୍ଚାୟତ ର ଜନପତିନିଧି ଅଙ୍ଗନବାଡି, ଆଶା କର୍ମୀ ସିଆରପି, ଏମବିକେ, ଏସଏଚଜି ମହିଳା ଓ ଡେଙ୍ଗାଡ଼ି ପଞ୍ଚାୟତ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ଏବଂ ଅଞ୍ଚଳବାସୀ ଉପସ୍ଥିତ ରହି ପଞ୍ଚାୟତରେ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ପାଇଥିବା ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ପ୍ରୋଛାହନ ରାଶି ମାନପତ୍ର ପ୍ରଦାନ କରାଯାଇଥିଲା।ଆଦର୍ଶ ପୋଖରୀ, ମନରେଗା ଯୋଜନା, ମିଶନ ଶକ୍ତି ଗୃହ, ମୋ ସ୍କୁଲ, ବିଭିନ୍ନ ମଠ ମନ୍ଦିରର ବିକାଶ ମୂଳକ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡିକୁ ଏକ ପୁସ୍ତକ ଜରିଆରେ ଲୋକଙ୍କ ସମ୍ମୁଖରେ ଉନ୍ମୋଚନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡେଙ୍ଗାଡ଼ି ପଞ୍ଚାୟତ କୁନି କୁନି ଛାତ୍ର ଛାତ୍ରୀ ମାନେ ମୁଁ ବି ଭାଗ ନେବି ନବୀନ ଓଡିଶା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ ବିଭିନ୍ନ ଯୋଜନାର ଷ୍ଟଲ ଖୋଲାଯାଇ ନିଜ ବିଭାଗୀୟ ଯୋଜନାର ବିଷୟରେ ଜନସାଧାରଣକୁ ଅବଗତ କରାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଡେଙ୍ଗାଡି ପଞ୍ଚାୟତର ଜନସାଧାରଣ, ଅଞ୍ଚଳବାସୀ ଉପସ୍ଥିତ ରହି ସଚେତନତା ଶିବିରକୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ