କିଶୋରୀ ଓ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର

ରଙ୍ଗେଈଲୁଣ୍ଡା, (ଯୁଗାବ୍ଦ ନ୍ୟୁଜ):ରଙ୍ଗେଈଲୁଣ୍ଡା ବ୍ଲକ ବୈଠକ ଗୃହରେ ଆଜି ସମନ୍ୱିତ ଶିଶୁ ପ୍ରକଳ୍ପ ପକ୍ଷରୁ୧୫ ରୁ ୧୯ ବର୍ଷୀୟା କିଶୋରୀ ଓ ବାଳିକା ମାନଙ୍କର ଏକ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ତାଲିମ ଶିବିରଟିକୁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜ୍ୟୋସ୍ନା ପାଢ଼ୀ ଅଧକ୍ଷ୍ୟତା କରିଥିବା ବେଳେ ବୈଠକରେ ଗୋଷ୍ଠୀ ଉନୟନ ଅଧିକାରୀ ଅଂଶୁମାନ ମହାପାତ୍ର, ବ୍ଲକ ଅଧକ୍ଷା ସିଏଚ ଉଷାରାଣୀ, ଉପାଧ୍ୟାକ୍ଷା ଅନିତା ମାହାଙ୍କୁଡ, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ଏସ. ରାଜେଶ୍ୱରୀ ଦୋରା, ଜିଲ୍ଲା ପରିଷଦ ସଭ୍ୟା ତଅପୋଇ ଦାଶ ଏବଂ ଆଇସିଡ଼ିଏସର ସମସ୍ତେ ଅଂଚଳ ପରିଦର୍ଶିକା, ଅଙ୍ଗନବାଡି କର୍ମୀ ଓ ୬୨ ଜଣ ବିଭିନ୍ନ ପଞ୍ଚାୟତରୁ ଆସିଥିବା କିଶୋରୀ ବାଳିକା ଉପସ୍ଥିତ ଥିଲେ l ବର୍ତ୍ତମାନ ଝିଅ ମାନେ ନିରାପତ୍ତା ଓ ସୁରକ୍ଷା ଅତ୍ୟନ୍ତ ଜରୁରୀ ଏବଂ ଆମ ସୁରକ୍ଷାର ବିଭିନ୍ନ ଦକ୍ଷତା ଓ କୌଶଳ ଦ୍ଵାରା ଝିଅ ମାନେ ନିଜକୁ ନିଜେ ସୁରକ୍ଷା କିପରି କରି ପାରିବେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା l ପଞ୍ଚମା ସ୍କୁଲର ପିଇଟି ଶିକ୍ଷୟତ୍ରୀ ମାନସୀ ପଣ୍ଡା ଓ ଚିକରଡ଼ା ସ୍କୁଲର ପିଇଟି ଶିକ୍ଷୟତ୍ରୀ ମିନତୀ ରାଣୀ ସାହୁ ଅତି ସୁନ୍ଦର ଭାବରେ ଆତ୍ମ ସୁରକ୍ଷା ର ବିଭିନ୍ନ ପଦକ୍ଷେପ ଓ କୌଶଳ ଗୁଡିକ ଶିଖେଇ ଥିଲେ l କିଶୋରୀ ବାଳିକା ମାନେ ମଧ୍ୟ ଏହାକୁ ଅତି ଆଗ୍ରହ ସହ ଶିଖିଥିଲେ l ପରେ ସଂମ୍ମାନିତ ଅତିଥିମାନଙ୍କ ଦ୍ଵାରା ସମସ୍ତ ଉପସ୍ଥିତ ଥିବା କିଶୋରୀ ବାଳିକା ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ