ଶୁଭ୍ରାଂଶୁଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ ଜାନୁଆରୀ ୯ ତାରିଖରେ କଟକ ବଡ଼ ମେଡ଼ିକାଲରେ ଖୋର୍ଦ୍ଧାଜିଲ୍ଲା ସିମୋର ଅନ୍ତର୍ଗତ କଣ୍ଟାମାଳିମ ଗ୍ରାମର ଶ୍ରୁଭାଂଶୁ ସବ୍ୟସାଚୀ ସହୁଙ୍କର ପ୍ରଥମ ହାପଲୋ ପଦ୍ଧତିରେ ଆଲେକଜେନ ଅସ୍ଥି ମଜ୍ଜା ପ୍ରତିରୋପଣ (ବ୍ରୋନ୍ ମ୍ୟାରୋ) ଟ୍ରନ୍ସପ୍ଲାଣ୍ଟ କରାଯାଇଥିଲା । ଡାକ୍ତର ଶୁଭ୍ରାଂଶୁଙ୍କ ସାନଭାଇ ପ୍ରଭୁଦତ୍ତ ସାହୁଙ୍କ ଷ୍ଟ୍ରୋମ୍ ଆଣି ଶୁଭ୍ରାଂଶୁଙ୍କ ଦେହରେ ପ୍ରତିରୋପଣ କରାଇଥିଲେ । ଏହି ଅସ୍ତ୍ରୋପଚାର ପରେ ଶୁଭ୍ରାଂଶୁ ଏବଂ ତାଙ୍କ ସାନଭାଇଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିଲା । ଅସ୍ତ୍ରୋପଚାର ପରଦିନ ଶୁଭ୍ରାଂଶୁଙ୍କ ସାନଭାଇଙ୍କୁ ଡ଼ାକ୍ତରଖାନାରୁ ଡ଼ିସଚାର୍ଜ କରାଯାଇଥିବା ବେଳେ ଶୁଭ୍ରାଂଶୁଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିଲା । ମାତ୍ର ୧୮ ତାରିଖ ସକାଳରେ ଶୁଭ୍ରାଂଶୁଙ୍କ ହଠାତ୍ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ । ମେଡ଼ିକାଲ କର୍ତ୍ତୃପକ୍ଷ ଶୁଭ୍ରାଂଶୁଙ୍କ ପରିବାରବର୍ଗଙ୍କୁ ମୃତ୍ୟୁ ସମ୍ବନ୍ଧୀୟ କୌଣସି ସୂଚନା ନଦେଇ ମେଡ଼ିକାଲର ଗାଧୁଆଘରେ ପଡ଼ିଯାଇ ହୃଦ୍‌ଘାତରେ ଶୁଭ୍ରାଂଶୁଙ୍କ ମୃତ୍ୟୁ ହୋଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯାହା ଶୁଭ୍ରାଂଶୁଙ୍କ ପରିବାର ଲୋକେ ଖବରକାଗଜରୁ ଜାଣିବାକୁ ପାଇଥିଲେ । ଅପରେସନ ପୂର୍ବରୁ ଶୁଭ୍ରାଂଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିଲା । ଯେହେତୁ ଏହି ବିରଳ ଅପରେସନ ଓଡ଼ିଶାରେ ପ୍ରଥମ ଘଟଣା ଏବଂ ଡାକ୍ତର ପରୀକ୍ଷାମୂଳକ ଭାବେ ଶୁଭ୍ରାଂଶୁଙ୍କୁ ମାରି ଦେଇଥିବା ତାଙ୍କ ବାପା ସନାତନ ସାହୁ ଅଭିଯୋଗ କରିଛନ୍ତି । ଏଠାରେ ପ୍ରକାଶଥାଉକି, ଏହି ଅପରେସନ ସଫଳତା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ମେଡ଼ିକାଲ କର୍ତ୍ତୃପକ୍ଷ ନିଜର ସଫଳତା ପାଇଁ ଗଣମାଧ୍ୟମରେ ବହୁଳ ପ୍ରଚାର ପ୍ରସାର କରିଥିଲେ । ମାତ୍ର ଶୁଭ୍ରାଂଶୁଙ୍କ ମୃତ୍ୟୁ ପରେ ମେଡ଼ିକାଲ କର୍ତ୍ତୃପକ୍ଷ ଗଣମାଧ୍ୟମକୁ ଭୁଲ୍ ତଥ୍ୟ ଦେଇଥିଲେ ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି । ବାସ୍ତବରେ ଅପରେସନ ବିଫଳ ହୋଇଥିଲା । କାରଣ ଅପରେସନ ପରେ ଶୁଭ୍ରାଂଶୁ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିଲା ଏବଂ ତାଙ୍କ ମା’ ଓ ଆଈ ତାଙ୍କୁ ଜଗି ରହିଥିଲେ । ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଅଜାଣରେ ଶୁଭ୍ରାଂଶୁ କିପରି ଗାଧୁଆଘରକୁ ଯାଇ ମୃତ୍ୟୁବରଣ କଲେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଏସ୍‌ସିବି ଅଧିକ୍ଷକଙ୍କ କହିବା ଅନୁସାରେ ଶୁଭ୍ରାଂଶୁଙ୍କ ମୃତ୍ୟୁ ଘଟଣାର ରିପୋର୍ଟ ମଗାଯାଇଛି, ରିପୋର୍ଟ ଆସିଲେ ପ୍ରକୃତରେ ଶୁଭ୍ରାଂଶୁଙ୍କ କିପରି ମୃତ୍ୟୁ ଘଟିଲା ତାହା ପରିବାର ଲୋକଙ୍କୁ ଜଣାଇ ଦିଆଯିବ । ଶୁଭ୍ରାଂଶୁଙ୍କୁ ଚିକିତ୍ସା କରୁଥିବା ହେମୋଣ୍ଟୋଲୋଜି ବିଭାଗର ମୁଖ୍ୟ ଡ଼ାକ୍ତର ରବିନ୍ଦ୍ର କୁମାର ଜେନା ଗଣମାଧ୍ୟମକୁ ଭୁଲ୍ ତଥ୍ୟ ଦେଇ ପରିବାର ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି ବୋଲି ସନାତନ ସାହୁ ଅଭିଯୋଗ କରିଛନ୍ତି । ସୋମବାର ଦିନ ସନାତନ ସାହୁ ହ୍ୟୁମାନ ରାଇଟ୍ସ କମିଶନଙ୍କୁ ଭେଟି ଶୁଭ୍ରାଂଶୁଙ୍କ ମୃତ୍ୟୁ ଘଟଣା ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପାଇ ଶୁଭ୍ରାଂଶୁଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯାଇ ପ୍ରକୃତ ରହସ୍ୟ ଲୋକଲୋଚନକ ଆଣି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମିଶନର ପ୍ରତିଶ୍ରୁତି ଦେଇଥିଲେ । ଦାବିପତ୍ର ପ୍ରଦାନ ସମୟରେ ଶୁଭ୍ରାଂଶୁଙ୍କ ମାମୁ ନିରଞ୍ଜନ ସାହୁ, ବିଶିଷ୍ଟ ସମାଜସେବୀ ନାରାୟଣ ଚନ୍ଦ୍ର ଓଝା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ