ରେମୁଣାରେ ଶକ୍ତି ସମ୍ବାଦ ଓ ସମ୍ପର୍କ ଅଭିଯାନ କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା):ସୋମବାର ଦିବା ୧୧ ଘଟିକା ସମୟରେ ରୟାଲକ୍ଵୀନ୍ କଲ୍ୟାଣ ମଣ୍ଡପରେ ରେମୁଣା ନିର୍ବାଚନ ମଣ୍ଡଳୀ ସ୍ଥରୀୟ ଶକ୍ତି ସମ୍ବାଦ ଓ ସମ୍ପର୍କ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରରେ ଶକ୍ତି ବନ୍ଦନ ରାଜ୍ୟ ସହ ସଂଯୋଜିକା ସିମନ୍ତିନୀ ଜେନା,ଶକ୍ତି ବନ୍ଦନ କାର୍ଯ୍ୟକ୍ରମର ରାଜ୍ୟ ସଂଚାଳନ କମିଟି ମେମ୍ବର ଶୋଭନା ମହାନ୍ତି,ବାଲେଶ୍ଵର ଜିଲ୍ଲା ସଂଯୋଜକ କାର୍ତ୍ତିକ ଚନ୍ଦ୍ର ଗିରି,ରେମୁଣା ସଂଯୋଜକ ପର୍ଶ୍ୟୁରାମ ପରିଡ଼ା ,ରେମୁଣା ନିର୍ବାଚନ ମଣ୍ଡଳୀ ନେତା ତଥା ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ରେମୁଣା ନିର୍ବାଚନ ମଣ୍ଡଳୀ ଶକ୍ତି ବନ୍ଦନ ସାଥି କମଳା ବିନ୍ଧାଣି, ମିନତୀ ସାହୁ,ଚନ୍ଦ୍ରକାନ୍ତି ବେହେରା,ବାସନ୍ତୀ ବେହେରା,ମିନାକ୍ଷୀ ମହାପାତ୍ର,ସରିତା ଗିରି ତଥା ବରିଷ୍ଠ ନେତ୍ରୀ ସୁଷମା ବିଶ୍ଵାଳ,ମମତା ମହାପାତ୍ର,ପିଙ୍କି ପ୍ରଧାନ,ସସ୍ମିତା ଚାନ୍ଦ,ମଣ୍ଡଳ ସଭାପତି ଗିରିଧାରୀ ଦାସ,କୃଷ୍ଣ ଚନ୍ଦ୍ର ସାହା, ବିଭୁତି ସେନାପତି ଇତ୍ୟାଦି ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମରେ ରେମୁଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଓ NAC ର ୱାର୍ଡ ମାନଙ୍କରୁ MBK,CRP,VRP, ବ୍ୟାଙ୍କ ମିତ୍ର,କୃଷି ମିତ୍ର,ପାଣି ମିତ୍ର ଇତ୍ୟାଦିରୁ ୫୦୦ ରୁ ଉର୍ଦ୍ଧ ମହିଳା ଗୋଷ୍ଠୀକୁ ତାଙ୍କର ପ୍ରଶଂସନୀୟ କାର୍ଯ୍ୟ ପାଇଁ ପୁଷ୍ପଗୁଚ୍ଛ ଓ ଉତ୍ତୋରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଏବଂ ପଞ୍ଚାୟତ ସ୍ଥରରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶକ୍ତି ସଖା, ଶକ୍ତି ସଖି ମାନଙ୍କୁ ପ୍ରେରଣା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ନାରାୟଣ ମହାନ୍ତ, ନିତୁନ କୁମାର ସାହା,ଅମର କୁମାର ରଣା,ସୁକୁମାର ଦେ,ଅଜୟ କୁମାର ଦେ ଇତ୍ୟାଦି ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ