ସମାଜସେବୀ ଉପେନ୍ଦ୍ରନାଥ ପାତ୍ରଙ୍କୁ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା):ବିଶିଷ୍ଟ ଶିକ୍ଷା ସଂଗଠକ, ସମାଜସେବୀ, ବହୁ ସାମାଜିକ ସଂଗଠନର ପୃଷ୍ଠପୋଷକ ବାଲେଶ୍ୱରର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଉପେନ୍ଦ୍ରନାଥ ପାତ୍ରଙ୍କୁ ଜର୍ମାନ୍‌ସ୍ଥିତ ସଂସ୍କୃତ ପ୍ରାଚୀନ ଯୋଗ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶିକ୍ଷାକ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପଣ୍ଡିଚେରୀଠାରେ ପ୍ରଦାନ କରାଯାଇଛି । ବାଲେଶ୍ୱରରେ ଏକ ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଦାବିରେ ୨୦୦୫ ମସିହାରେ ଗଠିତ କ୍ରିୟାନୁଷ୍ଠାନ କମିଟିରେ ଶ୍ରୀ ଉପେନ୍ଦ୍ରନାଥ ପାତ୍ର ଓ ତାଙ୍କ ପତ୍ନୀ ଶ୍ରୀମତୀ କାଞ୍ଚନବାଳା ପାତ୍ର ସକ୍ରିୟ ଭୂମିକା ଅଦ୍ୟାବଧି ତୁଲାଇଆସିଛନ୍ତି । ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଶ୍ରୀ ପାତ୍ରଙ୍କ ଏହି କୃତିତ୍ୱ ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସାଧାରଣ ସଂପାଦକ ପ୍ରଦୀପ ଦାସଙ୍କ ସମେତ ଇଂ. ହୃଷିକେଶ ସାହୁ, ଡା. ତାରାକାନ୍ତ ନନ୍ଦ, ସଚୀନ୍ଦ୍ର ଦାସ, ବେଣୁଧର ପାଳ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ବିଜନ ଦେ, ଯତୀନ ପାତ୍ର, ପ୍ରଫୁଲ୍ଲ ଦାସ, ଶ୍ୟାମସୁନ୍ଦର ଜେନା, ସୀତାରାମ ପ୍ରଧାନ, ଅକ୍ଷୟ କୁମାର ତ୍ରିପାଠୀ, ଡ. କ୍ଷିତିଶ୍ୱର ଦାଶ, ରମେଶ ଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ଶ୍ରୀକାନ୍ତ କମିଳା, ଭାଗିରଥି ମହାନ୍ତି ଓ ପୁରୁଷୋତ୍ତମ ବେହେରା ପ୍ରମୁଖ ଯୋଗଦେଇ ଶ୍ରୀ ପାତ୍ରଙ୍କ ଏହି ସମ୍ମାନଜନକ ଉପାଧିପାଇଁ ସେମାନଙ୍କର ଖୁସି ବ୍ୟକ୍ତ କରିଥିଲେ । ବାଲେଶ୍ୱର କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କ୍ରିୟାନୁଷ୍ଠାନ ପକ୍ଷରୁ ଡ. କେଶବ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଂପାଦକ ଚୌଧୁରୀ ଅଭୟ ମିଶ୍ର ପ୍ରମୁଖ ବହୁ କୃଷିବିତ୍ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ