ଅଣାକାରେଶ୍ବରାୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକର ଅଣା ଧ୍ୱନି ମଠ ପରିସରରେ ଶ୍ରୀଶ୍ରୀ ଅଣାକାରେଶ୍ଵରାୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ତିନି ଦିନ ଧରି ଅନୁଷ୍ଠିତ ଏହି ପ୍ରତିଷ୍ଠା ଉତ୍ସବରେ କ୍ଷେତ୍ରବାସୀ ରାଜ, ଯତିନ୍ଦ୍ର ମଲ୍ଲିକ, ପରମେଶ୍ବର ମଲ୍ଲିକ, ଚୈତନ୍ୟ ମଲ୍ଲିକ, ଗୋପିନାଥ ଜେନା ପ୍ରମୁଖ କର୍ତ୍ତା ଭାବେ ସାମିଲ ହୋଇଥିବା ବେଳେ ପଣ୍ଡିତ ପଦ୍ମନାଭ ପଣ୍ଡା ରୀତିନୀତି ଅନୁଯାଇ ପୂଜାର୍ଚନା କରିଥିଲେ I ମଠର ପୂଜକ କୁନମୁନ ପଣ୍ଡା ପୂଜାପାଠରେ ସହଯୋଗ କରିଥିଲେ। ସଇଲଙ୍ଗ ମଠ ବାବା, ଇନ୍ଦୁପୁର, ଗୋହିରା, ଝାଡେଶ୍ବର, ଛେନାପଦି, ହରିଦ୍ଵାରା ନାଗା ବାବା, ନାରଙ୍ଗପୁର ଆଦି ବିଭିନ୍ନ ଅଞ୍ଚଳର ଥୂବା ମଠରୁ ବାବାମାନେ ଉପସ୍ଥିତ ରହିଥିଲେ। ଏଥିରେ ପୂର୍ବତନ ବିଧାୟକ ମାୟାଧର ଜେନା, ଗଣନାଥ ନାୟକ, ଉମାକାନ୍ତ ବେହେରା, ଜଗତଜୀବନ ବେହେରା, ଘନ ବେହେରା, ଲିଙ୍ଗରାଜ ବେହେରା, କାଳନ୍ଦୀ ବେହେରା, ମଧୁସୂଦନ ବେହେରା, ସୁବାସ ବେହେରା, କୋଦଣ୍ଡ ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରୁଥିବା ବେଳେ ଅଣା ଗ୍ରାମର ଗ୍ରାମବାସୀ, ଅଣା ମଠ ସଦସ୍ୟ ଓ ଯୁବକମାନେ କାର୍ଯ୍ୟକ୍ରମର ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ