ଗୋରୁ ବୋଝେଇ କଣ୍ଟେନର ଜବତ

ନିମାପଡ଼ା, (ସନ୍ତୋଷ ଦାଶ):ସୋମବାର ରାତି ରେ ନୟାହାଟ ଫାଣ୍ଡି ଅଧିକାରୀ କୁନାଲ କୁମାର କୌଣସି ସୂତ୍ରରୁ ଖବର ପାଇ କାକଟପୁର – ଚାରିଛକ ରାସ୍ତା ରେ ଯାଉଥିବା ଓ ଡ଼ି ୦୨ ଇ ୯୬୪୦ ନମ୍ବର ବିଶିଷ୍ଟ କଣ୍ଟେନର ଗାଡି କୁ ଅଟକାଇ ଯାଞ୍ଚ କରିବାରୁ ଗାଡ଼ି ରେ ୨୫ ଟି ଗୋରୁ ଚାଲାଣ କରାଯାଉଥିବା ଦେଖିବାକୁ ପାଇଥିଲେ। ସେ ଉକ୍ତ ଗାଡ଼ି କୁ ଜବତ କରି ଗୋପ ଥାନାକୁ ସ୍ଥାନାନ୍ତରିତ କରିଛନ୍ତି । ଗାଡ଼ି ର ଚାଳକ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିବା ପୋଲିସ କହିଛି। ଜବତ ଗାଡି ଟି ବାଲିପାଟଣା ଥାନା ଅଠାନ୍ତର ଅଞ୍ଚଳ ର ବୋଲି ଜଣାପଡିଛି। ଏତେ ଗୋରୁ କେଉଁଠୁ କିଏ କେଉଁଠି କୁ ଚାଲାଣ କରୁଥିଲା ସେ ସମ୍ପର୍କ ରେ ତଦନ୍ତ କରାଯାଉଛି ବୋଲି କହିଛନ୍ତି ନୟାହାଟ ଫାଣ୍ଡି ଅଧିକାରୀ କୁନାଲ କୁମାର। ଗାଡ଼ି ରୁ ଉଦ୍ଧାର ହୋଇଥିବା ଗୋରୁ ଗାଈମାନଙ୍କୁ ଏକ ଗୋ ଶାଳା କୁ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରତିଦିନ ଛୋଟ ବଡ଼ ଗାଡି ରେ ନୟାହାଟ, କୁସୁମାଠେଙ୍ଗ,କଳାପାଞ୍ଚଣ ପ୍ରଭୃତି ଗ୍ରାମ ରୁ ଶହ ଶହ ଗୋରୁ ଗାଈ ମାନଙ୍କୁ ଚୋରା ଚାଲାଣ କରାଯାଉଥିବାର ଅଭିଯୋଗ ହୋଇ ଆସୁଛି। ପୋଲିସ ଓ ପ୍ରଶାସନ ପକ୍ଷରୁ ଏହି ବେଆଇନ ଗୋରୁ ଚାଲାଣ କାରୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ