ରାଇରଙ୍ଗପୁର ବ୍ଳକ ପରିସରରେ ମିଶନ ଶକ୍ତିର ସୁଧ ଫେରସ୍ତ ଓ ୟୁନିଫର୍ମ ଯୋଜନା କାର୍ଯ୍ୟକ୍ରମ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ସମାଜରେ ମା’ ମାନଙ୍କ ଭୂମିକା,ତ୍ୟାଗ,ବଳିଦାନ,ପ୍ରେମ,ସହିଷ୍ନୁତା , ଧୈର୍ଯ୍ୟ ଅବର୍ଣ୍ଣନୀୟ ଓ ଅତୁଳନୀୟ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ଆଭାଷୀ ମାଧ୍ୟମରେ ଯୁଗାନ୍ତକାରୀ ସୁଧ ଫେରସ୍ତ ଓ ୟୁନିଫର୍ମ ଯୋଜନା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି ।ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ମିଶନ ଶକ୍ତି ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ମା’ ମାନଙ୍କୁ ନେଇ ସୁଧ ଫେରସ୍ତ ରିହାତି ବିଶାଳ ମେଳା ଓ ୟୁନିଫର୍ମ ଯୋଜନା ର କାର୍ଯ୍ୟକ୍ରମ ମହାସମାରୋହରେ ବିଡ଼ିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ରାଇରଙ୍ଗପୁର ଭାରାପ୍ରାପ୍ତ ପୌର ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାଏକ,୪୫ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ସଚିଦାନନ୍ଦ ମହାନ୍ତ,୪୬ ନମ୍ବର ଜିଲ୍ଲା ପରିଷଦ ସଦସ୍ଯା ଲିପିକା ମଣ୍ଡଳ, ରାଇରଙ୍ଗପୁର ବ୍ଳକ ମିଶନ ଶକ୍ତି ଫେଡେରେସନ ସଂପାଦିକା ଶାନ୍ତି ଲତା ପାତ୍ର, ସିଡିପିଓ କୁଇଲିମଣି ଟୁଡୁ ରାଇରଙ୍ଗପୁର ଏସବିଆଇ ମେନେଜର,ଇଚିଣ୍ଡା ବ୍ୟାଙ୍କ ଅଫ୍ ଇଣ୍ଡିଆ ମେନେଜର, ରାଇରଙ୍ଗପୁର ବ୍ୟାଙ୍କ ଅଫ ଇଣ୍ଡିଆ ମେନେଜର,ବିପିଏମ ଶାନ୍ତନୁ ସାହୁ ବିପିସି ସ୍ଵର୍ଣପ୍ରୀୟା ସାହୁ ,ବିପିଏ ରେବତୀ ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଟଙ୍କା ବାକ୍ସ ଖୋଲି ଦେଇଛନ୍ତି ।ଅର୍ଥର ଅଭାବ ନାହିଁ ।ରାଜ୍ୟ ସରକାର ମହିଳାଙ୍କ ଉନ୍ନତି ପାଇଁ ଉତ୍ସର୍ଗୀକୃତ । ମହିଳାଙ୍କ ପ୍ରଗତି ସମାଜର ପ୍ରଗତି । ଵିପିଏମ ଶ୍ରୀ ଶାନ୍ତନୁ ସାହୁ ମଂଚ ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବିପିସି ସ୍ବର୍ଣପ୍ରୀୟା ସାହୁ। ମୁଖ୍ୟ ଅତିଥି ବ୍ଳକ ଅଧ୍ୟକ୍ଷ କହିଥିଲେ ମହିଳା ମାନଙ୍କୁ ଅଧିକରୁ ସଶକ୍ତିକରଣ ଓ ସ୍ବାବଲମ୍ବୀ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଟି ବୃହତ ଯୋଜନା ଘୋଷଣା କରିଛନ୍ତି ତାହାହେଲା ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଯେଉଁ ସଙ୍ଗଠନ ଋଣ ନେଇ ଋଣ ସହ ସୁଧ ପ୍ରଦାନ କରିଥିଲେ ସେମାନଙ୍କ ସୁଧ ଟଙ୍କା ଫେରସ୍ତ ,ସମସ୍ତ ସ୍ଵୟଂ ସହାୟିକା ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟାଙ୍କୁ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ଏବଂ ସହରାଞ୍ଚଳ ଓ ଗ୍ରାମାଞ୍ଚଳ କାର୍ଯ୍ୟନିର୍ବାହୀ ମାନଙ୍କୁ ଵ୍ଳେଜର ପାଇଁ ୨୦୦୦ ଟଙ୍କା ରାଶି ଘୋଷଣା କରିଛନ୍ତି । ଯାହାକି ସାରା ରାଇଜରେ ୭୦ ଲକ୍ଷ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଉପକୃତ ହେବେ । ଅତିଥି ଗଣ କହିଥିଲେ ମା’ ମାନେ ଶିକ୍ଷିତ ଓ ଆର୍ଥିକ ସଶକ୍ତ ହେଲେ ସେମାନେ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଆଗକୁ ବଢି ପାରିବେ । ମହିଳା ମାନଙ୍କ କାର୍ଯ୍ୟଦକ୍ଷତା ,ପରିଶ୍ରମ ପାଇଁ ସେମାନେ ଆଜି ଏସଏଚଜି ରୁ ଏସଏମଇ ହୋଇ ପାରିଛନ୍ତି । ସେମାନେ ଚିର ସମ୍ମାନୀୟା ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବ୍ଳକର ସମସ୍ତ ୯ ଟି ପଞ୍ଚାୟତରୁ ଜିପିଏଲଏଫ,ଇସି,ସିଆରସି,,ବିଏଲଏଫ, କର୍ମକର୍ତ୍ତା,ସିଆରପି,ଏମବିକେ, ବ୍ୟାଙ୍କ ମିତ୍ର, ମ୍ୟୁନିସିପାଲିଟିର ସମସ୍ତ ଏଏଲଏଫ କାର୍ଯ୍ୟକର୍ତ୍ତା, ବ୍ୟାଙ୍କ ସୁଧ ଫେରସ୍ତ ପାଇବାକୁ ଆସିଥିବା ଏସଏଚଜି ସଦସ୍ଯାଵୃନ୍ଦ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।ଏଥିରେ ୫୨୯ ଟି ଏସଏଚଜି ଙ୍କୁ ସୁଧ ଫେରସ୍ତ ଚେକ୍ ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମରେ ସମସ୍ତ ଲାଇନ ଡିପାର୍ଟମେଣ୍ଟର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।ସୁଧ ଟଙ୍କା ଫେରସ୍ତ ପାଇଁ ମହିଳାମାନେ ମାନ୍ଯଵର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫ ଟି ସଚିବ ଭି କେ ପାଣ୍ଡିଆନ ଏବଂ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ