ହାଟଡ଼ିହି ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ମାଟ୍ରିକ ପରୀକ୍ଷା ବେଳେ ଅସୁସ୍ଥ ହୋଇପଡିଲେ ଛାତ୍ରୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଆଜି ଜଣେ ଛାତ୍ରୀ ଅସୁସ୍ଥ ହୋଇପଡି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଜି ଗଣିତ ବିଷୟରେ ପରୀକ୍ଷା ଚାଲିଥିବା ବେଳେ ବଞ୍ଚୋ ହାଇସ୍କୁଲର ମନୀଷା ଜେନା ନାମକ ଏହି ଛାତ୍ରୀ ଜଣକ ପରୀକ୍ଷା ଦେଉଥିବା ବେଳେ ମଝିରେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ଏହା ଦେଖି ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଶିଶିର କୁମାର କର ତୁରନ୍ତ ଛାତ୍ରୀଙ୍କ ଅଭିଭାବକଙ୍କୁ ଡାକି ଆମ୍ବୁଲାନ୍ସ ସହାୟତାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ଜଣା ଯାଇଛି। ପରୀକ୍ଷା ହଲ ର ସମସ୍ତ କବାଟ ଝରକା ବନ୍ଦ କରିଦେଉ ଥିବାରୁ ହଲ ଭିତରେ ବାୟୁ ଚଳାଚଳ ଠିକ ହେଉ ନ ଥିବାରୁ ଏପରି ହେଉଛି ବୋଲି କିଛି ଅଭିଭାବକ ଅଭିଯୋଗ କରିଛନ୍ତି। କିନ୍ତୁ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଏହାକୁ ଅସ୍ବୀକାର କରିଛନ୍ତି। କବାଟ ଝରକା ବନ୍ଦ କରୁଥିଲେ ବି ଭିତରେ ଲାଇଟ ଓ ଫ୍ୟାନ ଦିଆ ଯାଉଛି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ