୮୩୨ ଗୋଟି ମହିଳା ସ୍ୱୟଂ ସହାୟିକା ଦଳକୁ ସୁଧ ଟଙ୍କା ଫେରସ୍ତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ମିଶନ ଶକ୍ତିର ବ୍ଳକ କାର୍ଯ୍ୟକ୍ରମ ସଂଯୋଜକ ଶଶାଙ୍କ ଶେଖର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସ୍ୱୟଂ ସହାୟିକା ଦଳର ସୁଧ ଟଙ୍କା ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା,ବିଡିଓ ତପନ କୁମାର ମହାପାତ୍ର, ସିଡିପିଓ ବାସନ୍ତୀ ମାଇନ, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ବିଭିନ୍ନ ବ୍ୟାଙ୍କର ବ୍ୟାଙ୍କ ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଳକର ବିଭିନ୍ନ ସ୍ୱୟଂ ସହାୟିକା ଦଳକୁ ସେମାନଙ୍କର ସୁଧ ଟଙ୍କାଙ୍କୁ ତାଙ୍କ ଜମା ଖାତାକୁ ଫେରସ୍ତ କରାଯାଇଥିଲା । ସର୍ବମୋଟ ୮୩୨ ମହିଳା ସ୍ୱୟଂ ସହାୟିକା ଦଳର ୩୩ ଲକ୍ଷ ୭୫ହଜାର ୫ଶହ ୭୩ଟଙ୍କା ଫେରସ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମିଶନ ଶକ୍ତିର ବ୍ଲକସ୍ତରୀୟ ସଂଯୋଜକ ଦିଲ୍ଲିପ ମିଶ୍ର, ରଶ୍ମୀରଂଜନ ସ୍ୱାଇଁ,ସିଡିପିଓ କାର୍ଯ୍ୟାଳୟର ବରିଷ୍ଠ ସହାୟକ ବିଶ୍ୱମ୍ଭର ମହାନ୍ତି ପ୍ରମୁଖ ପରିଚାଳନା କରୁଥିବା ବେଳେ ମହିଳା ସ୍ୱୟଂ ସହାୟିକା ଦଳର ସଦସ୍ୟା, ସଂପାଦିକା, ସଭାପତି, ସିଆରପି,ଏମବିକେ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ