ହାଟଡ଼ିହିବ୍ଳକ ରେ ସଶକ୍ତ ମହିଳା ଓ ସଶକ୍ତ ଓଡିଶା କାର୍ଯ୍ୟକ୍ରମ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଳକ କାର୍ଯ୍ୟାଳୟ ପରିସରରେ ସଶକ୍ତ ମହିଳା ଓ ସଶକ୍ତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ମିଶନ ଶକ୍ତି ବିଭାଗ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହଜାରେ ରୁ ଉର୍ଦ୍ଧ୍ଵ ମହିଳା ଯୋଗଦେଇଥିଲେ। ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଭାଷୀ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ। ଏସ ଏସ ଜି ଗ୍ରୁପ ର ମା ମାନଙ୍କ ୟୁନିଫର୍ମ ପାଇଁ ୧ହଜାର ଓ ନେତ୍ରୀ ମାନଙ୍କ ବ୍ଲେଜର ପାଇଁ ୨ହଜାର ଟଙ୍କା ପ୍ରଦାନ କରିଥିଲେ। ସେହିପରି ଗ୍ରୁପ ମାନଙ୍କୁ ବିନା ସୁଧରେ ୧୦ଲକ୍ଷ ପର୍ଯ୍ୟନ୍ତ ଋଣ ଓ ଋଣ ପରିଶୋଧ କରିଥିବା ଏସ ଏସ ଜି ଗ୍ରୁପ ମାନଙ୍କୁ ସୁଧ ଫେରସ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲା ପରିଷଦ ସଦସ୍ୟା କୌଶଲ୍ୟା ସେଠି, ସୁକାନ୍ତି ଯେନା, ରମ୍ପାସ ସରପଞ୍ଚ ରବିନ୍ଦ୍ର ଯେନା, କଳିଗାଁ ସରପଞ୍ଚ ହେମଲତା ଯେନା ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତବ୍ୟକ୍ତ କରିବା ସହିତ ମହିଳା ଏସ ଏସ ଜି ଗ୍ରୁପ ମାନଙ୍କୁ ସୁଧଟଙ୍କା ଫେରସ୍ତର ଚେକ ବଣ୍ଟନ କରିଥିଲେ। ଆଜି ୫୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଏହି ଚେକ ପ୍ରଦାନ କରାଯାଇଥିଲା। ଯନ୍ତ୍ରୀ ଶାଶ୍ୱତ ରଞ୍ଜନ ଦାସ, ବି.ଏଲ.ସି ସ୍ଵର୍ଣରାଣୀ ପୃଷ୍ଟି, ମିନାକ୍ଷୀ ମୋନାଲିଶା ଜେନା, ଭିପିଏ ସି ଏ ପ୍ରତିସ୍ନା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ