ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ଆତ୍ମହତ୍ୟା ମାମଲା ହାଇକୋର୍ଟ ରେ ଅଭିଯୋଗ କଲେ ଅକ୍ଷୟ ନାୟକ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଙ୍କ ପାଇଁ ପୁଣି ଅଡୁଆ ବଢ଼ିଛି। ଗତ ଦେଢ଼ ବର୍ଷ ପୂର୍ବେ ପୁରୀ ଜିଲ୍ଲା ପରିଷଦ ୧୧ ନଂ ଜୋନ ର ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ଆତ୍ମହତ୍ୟା ଘଟଣା ର ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବାକୁ ଓ ପୋଲିସ ଜବତ କରିଥିବା ତାଙ୍କ ମୋବାଇଲ କୁ ଫେରସ୍ତ ଦେବାକୁ ଦାବି କରି ନିମାପଡ଼ା ର ସାମ୍ୱାଦିକ ତଥା ସାପ୍ତାହିକ ସତ୍ୟ ଖବର ର ସମ୍ପାଦକ ଅକ୍ଷୟ କୁମାର ନାୟକ ହାଇକୋର୍ଟ ରେ ଏକ ଯାଚିକା ଦାଖଲ କରିଛନ୍ତି।ଶ୍ରୀ ନାୟକ ତାଙ୍କ ଯାଚିକା ରେ ଉଲ୍ଲେଖ କରିଛନ୍ତି ଯେ, ମୃତକ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପୂର୍ବ ରାତି ରେ ତାଙ୍କ ସହିତ ମୋବାଇଲ ରେ କଥା ହୋଇଥିଲେ ଯାହା ତାଙ୍କ ମୋବାଇଲ ରେ ରେକଡିଂ ହୋଇ ରହିଛି। ତାଙ୍କ ପରିବାର ରେ ଅଶାନ୍ତି ସୃଷ୍ଟି ହୋଇଥିବା ଓ ସେଥିପାଇଁ କିଏ କିଏ ଦାୟୀ ସବୁ ସ୍ୱର୍ଗତ ସାହୁ ଶ୍ରୀ ନାୟକ ଙ୍କୁ ଖୋଲା ଖୋଲି କହିଥିବା ଏହି ମୋବାଇଲ ରେକର୍ଡ଼ ରେ ରହିଛି ଆଉ କମିଶନରେଟ ପୋଲିସ ପକ୍ଷରୁ ଜାଣି ଶୁଣି ଘଟଣାକୁ ଲୋକଲୋଚନ କୁ ନ ଆଣି ଚପାଇ ଦିଆଯାଇଛି। ଘଟଣା ର ଦେଢ଼ ବର୍ଷ ବିତିଥିଲେ ମଧ୍ୟ ପୋଲିସ କାହିଁକି ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କଲେ ତାର କାରଣ ପ୍ରକାଶ କରିନାହିଁ। ଏହି ଘଟଣା ରେ ଜଣେ ଶାସକ ଦଳ ନେତା ସଂପୃକ୍ତ ଥିବାରୁ ପୋଲିସ,ପ୍ରଶାସନ, ସରକାର ଜାଣି ଶୁଣି ଘଟଣାକୁ ଏଡ଼ାଇ ଚାଲିଛନ୍ତି। ତେଣୁ ସିବିଆଇ ପକ୍ଷରୁ ଏହି ଘଟଣା ର ନିରପେକ୍ଷ ତଦନ୍ତ କରି ପ୍ରକୃତ ସତ୍ୟ ଲୋକଲୋଚନ କୁ ଆଣିବାକୁ ଓ ପୋଲିସ ଜବତ କରିଥିବା ତାଙ୍କ ମୋବାଇଲ କୁ ଫେରସ୍ତ ଦେବାକୁ ଦାବି କରି ଅକ୍ଷୟ ନାୟକ ଉଚ୍ଚ ନ୍ୟାୟାଳୟ ରେ ଆବେଦନ କରିଛନ୍ତି। ଉଚ୍ଚ ନ୍ୟାୟାଳୟ କେଶ କୋଡ ନଂ ୨୦୨୮୦୦୦୫୧୬୪୨ ୦୨୪ ଓ ଫାଇଲ ନଂ ସି ଆର ଏଲ ଏମ ପି /୫୧୬୪/୨୦୨୪ । ଉଚ୍ଚ ନ୍ୟାୟାଳୟ ରେ ଅକ୍ଷୟ ନାୟକ ଙ୍କ ଯାଚିକା ଗ୍ରହଣ ହୋଇ ଶୁଣାଣି ହେବାକୁ ଥିବାରୁ ଏହା ପୁଣି ଥରେ ନିମାପଡ଼ା ର ବିଧାୟକ ସମୀର ରଞ୍ଜନ ଦାଶ ଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଧର୍ମେନ୍ଦ୍ର ସାହୁ ଙ୍କ ମୃତ୍ୟୁ ଘଟଣା ଉଚ୍ଚ ନ୍ୟାୟାଳୟ କୁ ଯାଇଥିବାରୁ ଏହାକୁ ନେଇ ସମଗ୍ର ନିମାପଡ଼ା ନିର୍ବାଚନମଣ୍ଡଳୀ ରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଜୋର ଧରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ