ନୟାହାଟ ରେ ଲୁଟେରା ଙ୍କ ଦୌରାତ୍ମ୍ୟ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ଥାନା ଅର୍ନ୍ତଗତ ନୟାହାଟ ଫାଣ୍ଡି ଅଞ୍ଚଳ ରେ ଗତ କିଛି ଦିନ ହେବ ଲୁଟେରା ଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଥିବାବେଳେ ସ୍ଥାନୀୟ ପୋଲିସ ର ନିଷ୍କ୍ରିୟତା ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ଆତଙ୍କିତ କରିଛି।ସୋମବାର ରାତି ରେ ନୟାହାଟ ଫାଣ୍ଡି ଅଞ୍ଚଳ ର ଦୁଇଟି ସ୍ଥାନ ରୁ ଲୁଟ ହୋଇଥିବା ପୋଲିସ ରେ ଅଭିଯୋଗ ହୋଇଛି।ନିକଟସ୍ଥ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ଦୈତାରି ବିଶ୍ବାଳ ଙ୍କ ଘରେ କେହି ନଥିବାର ସୁଯୋଗ ପାଇ ଦୁବୃର୍ତ୍ତ ମାନେ ଘର ତାଲା ଭାଙ୍ଗି ଘରେ ଥିବା ଦୁଇଟି ସୁନା ଚେନ୍, ନଗଦ ୧ଲକ୍ଷ ଟଙ୍କା ଲୁଟ କରି ନେଇଥିବା ପୋଲିସ ରେ ଅଭିଯୋଗ ହୋଇଛି। ସେହିପରି ସେହିଦିନ ରାତି ରେ ଯୋଗେଶ୍ୱରପୁର ବଜାର ରେ ଥିବା ଏକ ଜଳଖିଆ ଦୋକାନ ର ତାଲା କାଟି ଦୁବୃର୍ତ୍ତ ମାନେ ନଗଦ ୨ହଜାର ଟଙ୍କା ଓ ୩ଟା ଗ୍ୟାସ ସିଲିଣ୍ଡର ଲୁଟ କରିନେଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୁଟ ଘଟଣା ର ତଦନ୍ତ ଆରମ୍ଭ କରିଛି। ଗତ ୧୯ ତାରିଖ ରେ ସୂର୍ଯ୍ୟକାନ୍ତ ମିଶ୍ର ଙ୍କ ର ନୟାହାଟ ବଜାର ରେ ଥିବା ଏକ ମୋବାଇଲ ଦୋକାନ ର କବାଟ କୁନ୍ଦା କୁ ତାଡ଼ି ଦୁବୃର୍ତ୍ତ ମାନେ ୩ ଲକ୍ଷ ଟଙ୍କା ର ଦାମୀ ମୋବାଇଲ ଓ ନଗଦ ୧୦ ହଜାର ଟଙ୍କା ଲୁଟ କରି ନେଇଥିବା ଶ୍ରୀ ମିଶ୍ର ନୟାହାଟ ଫାଣ୍ଡି ରେ ଅଭିଯୋଗ କରିଥିଲେ। ଏହା ସହିତ ନିକଟସ୍ଥ ପାଣିଛତ୍ର ପାତ୍ର ସାହି ଗ୍ରାମ ର ତପନ କୁମାର ପାତ୍ର ଙ୍କ ଘର କବାଟ ରେ ପଡ଼ିଥିବା କୋଲପ କୁ ଭାଙ୍ଗି ଦୁବୃର୍ତ୍ତ ମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟ କରି ନେଇଥିବା ଶ୍ରୀ ପାତ୍ର ନୟାହାଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ନୟାହାଟ ଫାଣ୍ଡି ପୋଲିସ ତଦନ୍ତ କରିଥିଲେ ମଧ୍ୟ ଲୁଟେରା ଙ୍କୁ ଠାବ କରିବାରେ ବିଫଳ ହୋଇଛି। କିଛି ଦିନ ପୂର୍ବେ ଧୂମାଳୋ ପଞ୍ଚାୟତ ର ନାୟବ ସରପଞ୍ଚ ଙ୍କ ବାଇକ କୁ ଲୁଟେରା ମାନେ ଲୁଟ କରି ନେ଼ଇଥିବା ବେଳେ ଜଙ୍ଗଲବୋରି ପଞ୍ଚାୟତ କାର୍ଯ୍ୟାଳୟ ଗୃହ ତାଲା ଭାଙ୍ଗି ଦୁବୃର୍ତ୍ତ ମାନେ ଅନେକ ସାମଗ୍ରୀ ଲୁଟ କରିନେଇଥିଲେ ବୋଲି ସରପଞ୍ଚ ପ୍ରଭାତୀ ସାହୁ ପୋଲିସ ରେ ଅଭିଯୋଗ କରିଥିଲେ। ନୟାହାଟ ଅଞ୍ଚଳ ରେ ଦିନକୁ ଦିନ ଲୁଟ ଘଟଣା ବୃଦ୍ଧି ପାଇବାରେ ଲାଗିଥିଲେ ମଧ୍ୟ ପୋଲିସ କୌଣସି ଲୁଟ ଘଟଣା ର ଲୁଟେରା ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ନ ଥିବାରୁ ସ୍ଥାନୀୟ ପୋଲିସ ର ନିଷ୍କ୍ରିୟତା ପାଇଁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ