ଶନିଶ୍ଚର ଙ୍କ ଅଷ୍ଟମ ଜନ୍ମବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ବ୍ଲକ ତୁଳସୀପୁର ପଞ୍ଚାୟତ ର କୁସୁମାଠେଙ୍ଗ ଗ୍ରାମ ସ୍ଥିତ ଶନିଶ୍ଚର ମନ୍ଦିରରେ ଶନିଶ୍ଚର ଦେବଙ୍କ ଅଷ୍ଟମ ଜନ୍ମ ଓ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଦିନ ମାନସିକ ବ୍ରତଧାରୀ ଶ୍ରଦ୍ଧାଳୁ ଓ ମହିଳା ମାନେ ନିକଟସ୍ଥ ପ୍ରାଚୀରୁ ଜଳ କଳସୀ ଆଣି ଯଜ୍ଞମଣ୍ଡପରେ ସ୍ଥାପନ ପରେ ପଣ୍ଡିତ ମାନଙ୍କ ଦ୍ଵାରା ରୀତିନୀତି ଅନୁଯାଇ ପୂଜାକାର୍ଯ୍ୟକ୍ରମ କରାଯାଇଥିଲା। ପରେ ନାମ ସଂକୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ପୂଜାରେ ମୁଖ୍ୟ କର୍ତ୍ତା ଭାବେ ସୁକାନ୍ତ ମହାରଣା ଓ ତାଙ୍କ ଧର୍ମପତ୍ନୀ ମାମିନା ମହାରଣା ଯୋଗଦେଇଥିଲେ। କୁସୁମାଠେଙ୍ଗ ଗ୍ରାମବାସୀ ସହଯୋଗ କରିଥିଲେ।ଗୁରୁବାର ସଂଧ୍ୟା ରେ ଯଜ୍ଞ ରେ ପୂର୍ଣ୍ଣାହୁତି ପ୍ରଦାନ ପରେ ଭକ୍ତ ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ