ଶିଶୁ ବିଦ୍ୟାମନ୍ଦିର ରେ ଜାତୀୟ ବିଜ୍ଞାନ ଦିବସ ପାଳନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଯୋଗେଶ୍ୱରପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଥିଲା। ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଅଧ୍ୟକ୍ଷତା ତଥା ବିଜ୍ଞାନ ଆଚାର୍ଯ୍ୟ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଓ ସୂର୍ଯ୍ୟ ନାରାୟଣ ପାଢ଼ୀ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରଶ୍ନମଞ୍ଚ, ଆଶୁ ଭାଷଣ, ବୈଜ୍ଞାନିକ ଫଟୋ ପ୍ରଦର୍ଶନ , ବିଜ୍ଞାନ ନାଟିକା ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଆଚାର୍ଯ୍ୟ ରମେଶ ଚନ୍ଦ୍ର ପଣ୍ଡା, ଇତିନା ପାତ୍ର, ପ୍ରିୟମ୍ବଦା ଦାସ,ବେବିନା ପାଣି,ଈଶ୍ୱରଚନ୍ଦ୍ର ବାରିକ,ରାଜଲକ୍ଷ୍ମୀ ବାରିକ, ଶିବାନୀ ମହାରଣା, କାର୍ତ୍ତିକଚନ୍ଦ୍ର ଓଝା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।