ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରାଯିବା ସହ ନିର୍ମାଣ ସରିଥିବା ପ୍ରକଳ୍ପ ଗୁଡିକର ଶୁଭ ଉଦ୍‌ଘାଟନ କରାଯାଇଛି । ପ୍ରଥମେ ବିଧାୟକ ନାଉଗାଁସ୍ଥିତ ଚଗଲା ଦାସ ମଠରେ ଗୋଷ୍ଠୀ କେନ୍ଦ୍ର, ତିହୁଡାରେ ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ରର ନୂତନ ଶ୍ରେଣୀଗୃହ, ଗୋଠଦାରେ ମଦନମୋହନ ଠାକୁର ମନ୍ଦିର ଓ ମଠର ପୁନରୁଦ୍ଧାର ଆଦି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ । ସେହିପରି କୋରୁଅ ଠାରେ ବାଉଁଶଜୋରୀ ଠାରୁ ସାଧୁଗୋସ୍ୱାମୀ ପର୍ଯ୍ୟନ୍ତ ରାସ୍ତା, ଗଙ୍ଗଦାହାଟରେ ଗୋବରୀ ସେତୁ, ନନ୍ଦିଗ୍ରାମରେ ସେତୁ, ଡେରିକିରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ ଆଦିର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମୁଦୁଲିଙ୍କ ସମେତ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଣ, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ମମତା ପରିଡା, ସମାଜସେବୀ ଅରଣ୍ୟ ନାୟକ, କାର୍ତିକ ଚନ୍ଦ୍ର ପରିଡା,ଡେରିକି ସରପଂଚ ପ୍ରଶାନ୍ତ ଜେନା, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ, କୋରୁଅ ସରପଂଚ ସନ୍ଧ୍ୟାରାଣୀ ବେହେରା, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ରମାକାନ୍ତ ମିଶ୍ର, ଶିକ୍ଷକ ସୁକାନ୍ତ ଲେଙ୍କା, ସମାଜସେବୀ ସୁଶାନ୍ତ ପରିଡା, ପ୍ରତ୍ୟୁଷ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ