ବ୍ଲକ ଉପାଧ୍ୟକ୍ଷଙ୍କ ଜନ୍ମଦିନ ପାଇଲେ ଶୁଭେଛୁ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତଙ୍କ ୫୦ତମ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ତାଙ୍କର ଶୁଭେଛୁ ମାନେ। ରତିକାନ୍ତ ତାଙ୍କର ଏହି ଜନ୍ମଦିନ ଅବସରରେ ସକାଳୁ ନିଜ ପରିବାର ଲୋକଙ୍କ ସହିତ ଭୁବନେଶ୍ୱରର ବିଭିନ୍ନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିବା ବେଳେ ସନ୍ଧ୍ୟାରେ ନିଜ ଗାଁ ବଞ୍ଚୋରେ ଶୁଭେଛୁ ମାନଙ୍କ ସହିତ କେକ କାଟି ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ଚିନ୍ତାମଣି ରାଉତ, ବିକ୍ରମ କେଶରୀ ରାୟ ସର୍ଦାର, ସହଦେଵ ରାଉତ, ପ୍ରଭାକର ଖଣ୍ଡା, ଯୁଧିଷ୍ଠିର ରାଉତ, ମୁକେଶ ରାଉତ, ସୁରେନ୍ଦ୍ର ବରାଳ, ସହବିଷ୍ଣୁ ବରାଳ, ସୁଧାଂଶୁ ରାଉତ, ସତ୍ୟାନନ୍ଦ ବରାଳ, ହିମାଦ୍ରୀ ରାଉତ, ସନ୍ତୋଷ ପଣ୍ଡାଙ୍କ ସମେତ ଅନେକ ଶୁଭେଛୁ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ