ଶଙ୍ଖଣାରେ କଂଗ୍ରେସର ସାଙ୍ଗଠନିକ ବୈଠକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଶଙ୍ଖଣାରେ ହାଟଡିହି ବ୍ଲକ କଂଗ୍ରେସ ର ସାମାଜିକ ଗଣମାଧ୍ୟମ ଟିମ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଯୁବ ନେତା ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ମନୋଜ ଜେନାଙ୍କ ସମତେ ବ୍ଲକ କଂଗ୍ରେସର ବହୁ କାର୍ମକର୍ତ୍ତା ଓ ସାମାଜିକ ଗଣମାଧ୍ୟମର ପ୍ରତିନିଧି ମାନେ ବହୁ ସଂଖ୍ୟାରେ ଯୋଗ ଦେଇ କଂଗ୍ରେସର ବିଚାର ଧାରାକୁ ଲୋକଙ୍କ ନିକଟରେ କିପରି ପହଞ୍ଚାଯାଇ ପାରିବ ଏବଂ ଆଗାମୀ ଦିନରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କିପରି ତାର ହୃଦ ଗୌରବ ଫେରି ପାଇବ ସେନେଇ ଆଲୋଚନା କରାଯାଇଥିଲା। ବିଶେଷ କରି ବିଜେପି ଓ ବିଜେଡ଼ି ର ଅରାଜକତା ଏବଂ ଓଡିଶାକୁ ଲୁଟିବା ପାଇଁ ଚାଲିଥିବା ମିଳିତ ଯୋଜନାର ପର୍ଦାଫାଶ କରିବା ସହ ତାଙ୍କର ଅପାରଗତାକୁ ଜନତାଙ୍କ ସମ୍ମୁଖକୁ ଆଣି ଜନଚେତନା ଭରିବା ନେଇ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଆଗାମୀ ନିର୍ବାଚନରେ କଂଗ୍ରେସକୁ କ୍ଷମତାକୁ ଆଣି ଆନନ୍ଦପୁରର ବିକାଶ ପାଇଁ ଉପସ୍ଥିତ ଶହ ଶହ କର୍ମୀ ସଂକଳ୍ପ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ