ବାଲେଶ୍ୱର ଜିଲ୍ଲାରେ ଆରମ୍ଭ ହେଲା ପଲ୍ସ ପୋଲିଓ ଟିକାକରଣ ଅଭିଯାନ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସମଗ୍ର ଜିଲ୍ଲାରେ ଆରମ୍ଭ ହୋଇଛି ପଲ୍ସ ପୋଲିଓ ଟିକାକରଣ ଅଭିଯାନ I ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଆଜି ପୂର୍ବାହ୍ନରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ଃ ଦୁଲାଳସେନ ଜଗଦ୍ଦେବ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି I ଏହି ଟିକାକରଣ ଅଭିଯାନ ତିନି ଦିନ ଧରି ଚାଲିବ I ଆଜି ପ୍ରଥମ ଦିନରେ ଜିଲ୍ଲାର ପ୍ରତି ବ୍ଲକରେ ସ୍ଥାପିତ ବୁଥଗୁଡିକରେ ଜନ୍ମରୁ ପାଞ୍ଚ ବର୍ଷ ପିଲାମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବାର ବ୍ୟବସ୍ଥା କରା ଯାଇଅଛି। ଏଥି ନିମନ୍ତେ ଜିଲ୍ଲାରେ ୧୦୬୩ କେନ୍ଦ୍ରରେ ୨୧୨୯ଟି ଟିମ୍ ଗଠନ କରାଯାଇଛି ସେହି ଟିମରେ ୪୨୫୨ ଜଣ କର୍ମୀ ରହି ପିଲାମାନଙ୍କୁ ପୋଲିଓ ବୁନ୍ଦା ଦେବା ସହିତ ୨୦୯ ଜଣ ସୁପରଭାଇଜର କାର୍ଯ୍ୟକୁ ତଦାରଖ କରିବା ପାଇଁ ପ୍ରସ୍ତୁତି କରାଯାଇଅଛି । ୪ ଓ ୫ ତାରିଖ ସ୍ୱାସ୍ଥ୍ୟ କର୍ମଚାରୀମାନେ ଘରକୁ ଘର ବୁଲି ପିଲା ଚିହ୍ନଟ କରି ପିଲାଙ୍କୁ ପୋଲିଓ ବୃନ୍ଦା ଦେବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ଏନ.ଜି.ଓ ଆଦିଙ୍କୁ ଅଭିଯାନକୁ ସଫଳ କରିବା ଏବଂ ଟିକାକରଣରୁ କୌଣସି ଶିଶୁ ଯେପରି ବାଦ ନ ପଡନ୍ତି ସେଥି ପ୍ରତି ଧ୍ୟାନ ଦେବା ପାଇଁ ଅନୁରୋଧ କରାଯାଇଅଛି I ଏହି ଅଭିଯାନ ଅନ୍ତର୍ଗତ ଜିଲ୍ଲାର ୨୦୯୭୪୦ ଜଣ ଶିଶୁଙ୍କୁ ଟିକାକରଣ ପାଇଁ ଲକ୍ଷ ରଖାଯାଇଛି I ଏହି ଅବସରରେ ଏଡିପିଏଚଓ (ଏଫ.ଡବ୍ଲୁ) ଡ଼.ପରେଶ ଚନ୍ଦ୍ର ନନ୍ଦୀ, ଏଡିପିଏଚଓ (ଭି.ଭି.ଡି) ଡ଼. ରଞ୍ଜନ କୁମାର ନାୟକ, ଏଡିପିଏଚଓ (ଲେପରସି) ଡ଼. ସଂଜୀବ ପ୍ରଧାନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ