୩ ଟି ପଞ୍ଚାୟତ ର ୨୯ଟି ପ୍ରକଳ୍ପ ଉଦଘାଟିତ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ନିମାପଡ଼ା ବ୍ଲକ ତୁଳସୀପୁର, ଛଣିଜଙ୍ଗ, ଭୋଦର ପ୍ରଭୃତି ପଞ୍ଚାୟତ ଅଞ୍ଚଳ ରେ ନବ ନିର୍ମିତ ୨୯ ଟି ପ୍ରକଳ୍ପ କୁ ଉଦଘାଟନ କରିଥିଲେ।ପଞ୍ଚାୟତିରାଜ ବିଭାଗ ଅଧୀନସ୍ଥ ନିମାପଡ଼ା ପାନୀୟ ଜଳ ଯୋଗାଣ ଓ ପରିମଳ ବର୍ଗ ବିଭାଗ ପକ୍ଷରୁ ବସୁଧା ଯୋଜନା ରେ ନିର୍ମିତ ୪ ଟା ପାନୀୟ ଜଳ ଯୋଗାଣ ପ୍ରକଳ୍ପ , ନିମାପଡା ବ୍ଲକ ପକ୍ଷରୁ ନିର୍ମିତ ୨୪ ଟି କୋଠ ଘର, ମିଶନ ଶକ୍ତି ଗୃହ ଏବଂ କମ୍ୟୁନିଟି ସେଣ୍ଟର , ଗୋଟିଏ ବିଦ୍ୟାଳୟ ର ନବ ନିର୍ମିତ ଗୃହ କୁ ଶ୍ରୀ ଦାଶ ଉଦଘାଟନ କରିଥିଲେ।ବିଧାୟକ ଶ୍ରୀ ଦାଶ ଙ୍କ ସହିତ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ବ୍ଲକ ଉପାଧ୍ୟକ୍ଷା ଅନୁସୟା ମହାନ୍ତି,ବ୍ଲକ ବିଜେଡ଼ି ସଭାପତି ଅଶୋକ ସାହୁ ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ଜିଲ୍ଲାପରିଷଦ ସଭ୍ୟା ସସ୍ମିତା ନାୟକ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅଜୟ ସ୍ୱାଇଁ,ନିମାପଡା ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରବୀର କୁମାର ବଳ, ଯୁବ ନେତା ପ୍ରକାଶ କୁମାର ସାହୁ,ଅରକ୍ଷିତ ଭୋଇ ପ୍ରମୁଖ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଉଦଘାଟନ ଉତ୍ସବ ରେ ଉପସ୍ଥିତ ଥିଲେ। ତିନି ପଞ୍ଚାୟତ ର ସରପଞ୍ଚ ,ସମିତି ସଭ୍ୟ, ବିଜେଡ଼ି କର୍ମୀ ମାନେ ବିଧାୟକ ଙ୍କୁ ବାଣ ଫୁଟାଇ ବାଜା ବଜାଇ ସ୍ବାଗତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ