ପୋଷଣ କାର୍ଯ୍ୟକ୍ରମ ରେ ଭୋଦର ପଞ୍ଚାୟତ ଜିଲ୍ଲା ରେ ପ୍ରଥମ

ନିମାପଡ଼ା, (ସନ୍ତୋଷ ଦାଶ):ସରକାର ଙ୍କ ପକ୍ଷରୁ ଅଙ୍ଗନୱାଡ଼ି ମାଧ୍ୟମ ରେ କିଶୋରୀ ଓ ମହିଳା ମାନଙ୍କୁ ପୋଷଣ ଯୋଜନା ରେ ପୃଷ୍ଟିକର ଖାଦ୍ୟ ପ୍ରଦାନ କରାଯାଉଛି। ଏହି ଯୋଜନା କାର୍ଯ୍ୟକାରୀ କରିବା ଓ ପରିଚାଳନା କରିବାରେ ନିମାପଡ଼ା ବ୍ଲକ ଭୋଦର ପଞ୍ଚାୟତ ଜିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ପୁରୀ ଜିଲ୍ଲା ଏ ଡି ଏମ ଶରତ ଚନ୍ଦ୍ର ବେହେରା ଭୋଦର ପଞ୍ଚାୟତ ର ସରପଞ୍ଚ ଚାରୁଲତା ବେହେରା ଙ୍କୁ ୫୦ ହଜାର ଟଙ୍କା ର ଚେକ ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଛନ୍ତି। ଏଥି ସହିତ ଉକ୍ତ ପଞ୍ଚାୟତ ବ୍ରହ୍ମକୁଣ୍ଡୀ ମଣ୍ଡଳ ର ସୁପର ଭାଇଜର ନମିତା ପଣ୍ଡା ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ଏହି ଉତ୍ସବ ରେ ନିମାପଡ଼ା ସି ଡି ପି ଓ ତନୁପ୍ରଭା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ