ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଜଣେ ମୃତ ୧ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରଣ୍ଡି ଥାନା ଅନ୍ତର୍ଗତ ସରିଆପଳି ଗ୍ରାମ ନିକଟରେ ବସ୍‌କୁ ଓଭରଟେକ୍ ବେଳେ ଦୁଇ ବାଇକ୍ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଗାରାବନ୍ଧ ପଟରୁ ବୀରନାରାୟଣପୁର ଗ୍ରାମର ଟି. ମନ୍ମଧା(୪୩) ବସ୍‌କୁ ଓଭରଟେକ୍ କରି ଯିବାବେ ବେଳେ ବିପରୀତ ଦିଗରୁ ଆନ୍ଧ୍ରର ଏକ ବାଇକ୍‌ରେ ମିଲିଆପୁଟିରୁ ଗାରାବନ୍ଧା ଅଭିମୁଖେ ଯାଉଥିବା ଏସ.ଧର୍ମାରାଓ (୩୪) ଙ୍କ ସହ ମୁହାଁମୁହିଁ ଧକ୍କା ଘଟିଥିଲା ଥିଲା । ଉଭୟ ଇକ୍ ବସ ପଛ ପାର୍ଶ୍ଵରେ ଘୋଷା ଘାଷାଡ଼ି ହୋଇଯାଇ ଫଳରେ ଘଟଣାସ୍ଥଳରେ ଟି. ମନ୍ମଧାଙ୍କ ମୃତ୍ୟୁ ଘଟିଥିଲା। ଏସ. ଧର୍ମା ରାଓଙ୍କୁ ପଥଚାରୀଙ୍କ ସହାନ ହାୟତାରେ ଅନ୍ୟ ଏକ ଗାଡି ଯୋଗେ ଗାରାବନ୍ଧା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା I ହେଲେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ଛିଟିକି ହୋଇପଡ଼ି ଯାଇଥିଲା।ଦୁର୍ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଗୁରାଣ୍ଡି ଥାନାଧିକାରୀ ରବୀନ୍ଦ୍ର ପାତ୍ର ପହଞ୍ଚି ମୃତଦେହ ଜବତ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଥିଲେ। ଏହା ସହ ମନ୍ମଧାଙ୍କ ମୃତଦେହର ବ୍ୟବଚ୍ଛେଦ ନିମନ୍ତେ ପାରଳାଖୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ