ନିର୍ବାଚନ ପୂର୍ବରୁ ଯବାନ ଙ୍କ ଫ୍ଲାଗମାର୍ଚ୍ଚ

ନିମାପଡ଼ା, (ସନ୍ତୋଷ ଦାଶ):ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ନିମାପଡ଼ା , ଚାରିଛକ ଓ କାକଟପୁର ଥାନା ପୋଲିସ ପକ୍ଷରୁ ସିଆରପିଏଫ ଯବାନଙ୍କ ଦ୍ଵାରା କାକଟପୁର, ନିମାପଡା, ଚାରିଛକ, ତୁଳସୀପୁର ବଜାରରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ ଶେଷ କରିବାକୁ ଜିଲ୍ଲା ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।ହାତରେ ବନ୍ଧୁକ ଧରି ସେଣ୍ଟ୍ରାଲ ଫୋର୍ସ ଫ୍ଲାଗ ମାର୍ଚ୍ଚ ଜରିଆରେ ସାଧାରଣ ଲୋକଙ୍କ ମନରେ ଭୟ ଦୂର କରାଇ ବିଶ୍ୱାସ ଓ ଭରଷା ଜାଗ୍ରତ କରାଇବାକୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ନିମାପଡ଼ା ଏସ ଡି ପି ଓ ପ୍ରଭାତ ମଲ୍ଲିକ ପ୍ରକାଶ କରିଛନ୍ତି ।କାକଟପୁର ନିର୍ବାଚନ ମଣ୍ଡଳୀର ୧୬ ଗୋଟି ପଞ୍ଚାୟତ ଓ ନିମାପଡା ବ୍ଲକ ର ୩୨ ଟି ପଞ୍ଚାୟତ ଅଞ୍ଚଳ ରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ କରିବାକୁ ପୋଲିସ ଏହି ଫ୍ଲାଗ ମାର୍ଚ୍ଚ ଜରିଆରେ ବାର୍ତ୍ତା ପ୍ରଦାନ କରିଛି । ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ଯବାନ ମାନଙ୍କ ସହିତ ସ୍ଥାନୀୟ ଥାନା ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ