ଶିଶୁ ବିଦ୍ୟାମନ୍ଦିର ରେ କଣ୍ଢେଇ ଦିବସ ପାଳିତ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଯୋଗେଶ୍ଵରପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶିଶୁ ବାଟିକା ପକ୍ଷରୁ କଣ୍ଢେଇ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମ ରେ ଶିଶୁ ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ପ୍ରଦ୍ୟୁମ୍ନ କୁମାର ନାୟକ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ପ୍ରମୋଦ କୁମାର ଦାଶ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଶିଶୁ ଓ ସେମାନଙ୍କ ମା ମାନଙ୍କୁ କଣ୍ଢେଇ ଦିବସ ର ତାତ୍ପର୍ଯ୍ୟ ସମ୍ପର୍କ ରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଶିଶୁ ବାଟିକା ପ୍ରମୁଖ ସସ୍ମିତା ରଥ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ନମିତାବେହେରା, ଗୀତାଞ୍ଜଳି ସାହୁ, ସସ୍ମିତା ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ପାଢ଼ୀ,ଲୋପାମୁଦ୍ରା ନାୟକ, ରାଜଶ୍ରୀ ରଥ,ଦୀପ୍ତିମୟୀ ମହାନ୍ତି, ଲିପିକା ସେଠୀ,ସ୍ମୃତିରେଖା ଜେନା ପ୍ରମୁଖ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀ ମାନେ ସୁନ୍ଦର ସୁନ୍ଦର କଣ୍ଢେଇ ଧରି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ