ଜାନକୀଙ୍କୁ ଭୁଲିଗଲା କି ପ୍ରଶାସନ

ହାଟଡିହିି, (ବିକାଶ ବିଶ୍ୱାଳ):ତିନିବର୍ଷ ହେଲା ସ୍ୱାମୀ ଚାଲିଗଲେ, ପୁଅ ବାହାରେ ରହିଛି ଯେ ଘରକୁ ଆସୁନି, ଘର ଭାଙ୍ଗି ମାଟିରେ ମିଶିଛି, ଚାଷଜମି ମଧ୍ୟ ନାହିଁ, ଏପରି ଅବସ୍ଥାରେ ଅତି ଦୟନୀୟ ଅବସ୍ତାରେ ଏକ ପଲିଥିନି ତଳେ କାଳାତିପାତ କରୁଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ଗ୍ରାମର ବିଧବା ମହିଳା ଜାନକୀ ରଣା । ଦୁଇଝିଅ, ଗୋଟିଏ ପୁଅ ଓ ସ୍ୱାମୀଙ୍କୁ ନେଇ ତାଙ୍କର ପରିବାର । ଦୁଇ ଝିଅଙ୍କୁ ବିବାହ କରାଇଦେବା ପରେ ପୁଅ ବିଦେଶ ଚାଲିଗଲା କାମଧନ୍ଦା କରିବା ପାଇଁ । ସ୍ୱାମୀ ଜଟାଧାରୀ ଗତ କରୋନା ସମୟରେ ଆର ପାରିକୁ ଚାଲିଗଲେ । ବାପାର ମୃତୁ୍ୟ ଖବର ପାଇବି ପୁଅ ଆସିଲାନି । ଗାଁ ଲୋକଙ୍କ ସହଯୋଗରେ ଶବ ସକ୍ରାର ସହିତ ଶୁଦ୍ଧିକ୍ରୀୟା ହେଲା । ଘରେ ଖାଇବାକୁ ଗଣ୍ଡେ ନାହିଁ । ସରକାରଙ୍କ ତରଫରୁ ମିଳୁଥିବା ୫କିଲୋ ଚାଉଳ ହିଁ ତାଙ୍କର ସାହା ଭରଷାଥିଲା । ସେମାନେ ରହୁଥିବା ମାଟିଘରଟି ଛପର କରିନପାରିବାରୁ ଭାଙ୍ଗି ରୁଜି ନଷ୍ଟ ହୋଇଯାଇଛି । ପଲିଥିନି ଟିଏ ଟାଙ୍ଗି ତା ତଳେ ମୁଣ୍ଡ ଗୁଞ୍ଜୁଛନ୍ତି ବିଧବା ଜାନକୀ । ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପ୩ାଇବାପରେ ପ୍ରଶାସନ ତ୍ପରତା ଦେଖାଇଥିଲା । ତକ୍ରାଳୀନ ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ତୁରନ୍ତ ଜାନକୀଙ୍କୁ ଭତ୍ତା ଦେବା ଯୋଗାଇ ଦେବାସହ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ତକ୍ରାଳୀନ ବିଡିଓ ଜାନକୀଙ୍କୁ ବାସ ଗୃହ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେବି କିଛି ସୁଫଳ ମିଳିଲାନାହିଁ । ଇତିମଧ୍ୟରେ ହାଟଡିହି ବ୍ଲକରେ ହଜାର ହଜାର ଆବାସ ଯୋଜନା ଘର ବଣ୍ଟନ କରାଯାଇଥିବାବେଳେ ବିଧବା ଜାନକୀଙ୍କ ନାମ ତାଲିକାରେ ରହିପାରିଲା ନାହିଁ । ଗତ ଦୁଇଦିନ ତଳେ କାଳବୈଶାଖିରେ ତାଙ୍କ ଭଙ୍ଗା ଘରର କାନ୍ଥ ଭାଙ୍ଗିପଡିଥିବାବେଳେ ଅନେକ ଖୁଣ୍ଟ ଉପୁଡି ପଡିଥିଲା । ଭଙ୍ଗା ଘର କାନ୍ଥକୁ ଲାଗି ପଲିଥିନି ଟାଣି ଜାନକୀ ଜୀବନ ବିତାଉଥିବାବେଳେ ଅଳ୍ପକେ ସେଦିନ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଗ୍ରାମବାସୀମାନେ କହିଛନ୍ତି । ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ଏହି ବିଧବା ଜାନକୀଙ୍କ ରହିବାପାଇଁ ବାସଗୃହଟିଏ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ