ନାଉଗାଁ ବ୍ଳକ ବିଜେଡିର ବ୍ଳକ ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାମ ଘୋଷଣା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ବିଜୁ ଜନତା ଦଳର ବ୍ଳକ ସଭାପତି ଭାବେ ଜାମୁଗାଁ ପଂଚାୟତର ବରିଷ୍ଠ କର୍ମୀ ନଟବର ପ୍ରଧାନ ଓ କାର୍ଯ୍ୟକାରୀ ସଭାପତି ଭାବେ ପ୍ରଶାନ୍ତ କୁମାର ଜେନା (ଦିପୁ)ଙ୍କୁ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶଙ୍ଖ ଭବନରୁ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ଗୁରୁବାର ଘୋଷଣା କରାଯାଇଛି । ବ୍ଲକ ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାମ ଘୋଷଣା ହେବା ପରେ ଜାମୁଗାଁ ପଂଚାୟତର ବିଜେଡି ସଭାପତି ଅନୁପ ମହାନ୍ତି, କୋରୁଅ ପଂଚାୟତର ପୂର୍ବତନ ସରପଂଚ ଅରଣ୍ୟ ନାୟକ,ପଙ୍କଜ ମହାନ୍ତି, ଯୁବନେତା ତୁଷାର କୁଅଁର, ଡାବର ସମିତି ସଭ୍ୟ ସୁବଳ ବେହେରା, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ, ଗଳଦାରୀ ସରପଂଚ ଦିଲ୍ଲିପ ନାୟକ, ଗୌରାଙ୍ଗ ସ୍ୱାଇଁ, ଅଲଣା ଯୁବନେତା ସଂଜୟ ନାୟକ, ଅଲଣା ପଂଚାୟତ ପୂର୍ବତନ ସମିତି ସଭ୍ୟ ମନ୍ମଥ ଓଝା, ଯୁବନେତା ସୁଶାନ୍ତ ପରିଡା, ବିଜେଡି ବ୍ଳକ ଯୁବ ସଭାପତି ପ୍ରତ୍ୟୁଷ ପରିଡା ପ୍ରମୁଖ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ,୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ, ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ବିଜେଡି ଜିଲ୍ଲା ସଭାପତି ରବିନାରାୟଣ ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୦୨୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଘୋଡାଂଶ ପଂଚାୟତର ସମିତି ସଭ୍ୟ ଓ ସରପଂଚ ପରାଜୟ ବରଣ କରିବା ପରେ ତତ୍କାଳିନ ବ୍ଳକ ସଭାପତି ସୁଜିତ କୁମାର ମଲ୍ଲିକ ଗତ ୨୦୨୨ ମାର୍ଚ୍ଚ ୧ ତାରିଖରେ ବ୍ଳକ ସଭାପତି ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଦୀର୍ଘ ୨ ବର୍ଷ ହେବ ବ୍ଳକ ସଭାପତି ପଦଟି ଖାଲି ପଡିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ