ଜଳଶରପଡାରେ ଶହେ ତମ ଦୋଳ ମେଳନ ଉତ୍ସବ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁଗାଁ ପଂଚାୟତସ୍ଥିତ ଜଳଶରପଡା ଗ୍ରାମର ଶ୍ରୀ ଗୋପୀନାଥ ଜିୟୁ ମନ୍ଦିର ପରିସରରେ ଶୁକ୍ରବାର ଶହେ ତମ ଦୋଳ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମେଳଣରେ ଆଖପାଖ ଅଂଚଳର ୭ଟି ଦୋଳ ଆସି ଏକତ୍ରିତ ହୋଇଥାନ୍ତି । ଯଥାରୀତି ପୂର୍ବକ ପୂଜାର୍ଚ୍ଚନା ପରେ ଗ୍ରାମବାସୀଙ୍କ ତରଫରୁ ପୂଜକମାନଙ୍କୁ ମାନପତ୍ର, ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବ ୧୯୨୪ ମସିହାରୁ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମିହିର କୁମାର ମହାନ୍ତି, ଅନୁପ ମହାନ୍ତି, ସୁନିଲ ମହାନ୍ତି, ଆଶିଷ ମହାନ୍ତିଙ୍କ ସମେତ ଗ୍ରାମବାସୀମାନେ ପରିଚାଳନା କରିଥିଲେ । ସେହିପରି ଅଲଣା ପଂଚାୟତ ବେଣାପଡା ଗ୍ରାମରେ ବୁଢୀ ଠାକୁରାଣୀ ମନ୍ଦିର ପରିସରରେ ଆଖପାଖ ଅଂଚଳରୁ ୧୦ଟି ଦୋଳ ଆସି ଏକତ୍ରିତ ହୋଇଥାନ୍ତି । ସେଠାରେ ବିମାନ ଗୁଡିକୁ ଯଥାରୀତି ପୂର୍ବକ ପୂଜାର୍ଚ୍ଚନା କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ