ରେଶନ ଚାଉଳକୁ ନେ଼ଇ ସବୁ ପଞ୍ଚାୟତରେ ଅସନ୍ତୋଷ

ହାଟଡିହି, (ବିକାଶ ବିଶ୍ୱାଳ):ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଲୋକଙ୍କୁ ଯୋଗାଇ ଦେଉଛନ୍ତି ଚାଉଳ। କେହି ଗରିବ ଲୋକ ଯେପରି ଭୋକ ଉପାସରେ ନ ରହିବେ ସେଥିପାଇଁ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁକରି ମାସକୁ ମାସ ରେସନ୍ କାର୍ଡ ମାଧ୍ୟମରେ ଚାଉଳ ଯୋଗାଇ ଦେଉଛନ୍ତି। ଗତ ଜାନୁଆରୀ ମାସରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ୪ମାସର ଚାଉଳ ସରକାର ଯୋଗାଇ ଦେଇଥିବା ବେଳେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଅନେକ ପଞ୍ଚାୟତ ରେ ଏବେ ଚାଉଳ ଅଭାବୀ ଲାଗିରହିଛି। ପଞ୍ଚୁଗୋଛିଆ, ସୁଲଣ, ଅମ୍ବୋ, ପଢ଼ିଆରିପଲ୍ଲି, ସଢ଼ା, କଳିଗାଁ, ଗେଡ଼ମା, ଅକରୁଆ ଆଦି ପଞ୍ଚାୟତ ରେ ଶହ ଶହ କୁଇଣ୍ଟାଲ ଚାଉଳ ନିଅଣ୍ଟ ଥିବା ନେଇ ବ୍ଲକ କର୍ତୁପକ୍ଷ ଙ୍କୁ ଜଣାଇଛନ୍ତି। କିନ୍ତୁ ବ୍ଲକ ପ୍ରଶାସନ ଏନେଇ ଚୁପ ବସିଛି। ଆମ୍ବୋ ପଞ୍ଚାୟତ କରଗୋଳା ଗ୍ରାମରେ ଲୋକମାନେ ୪ମାସ ଧରି ଚାଉଳ ପାଇ ନାହାନ୍ତି। ଗ୍ରାମର ୨୨୪ ରେସନକାର୍ଡ ଧାରୀ ପରିବାର ଆଜି ପର୍ଯ୍ୟନ୍ତ ଚାଉଳ ମୁଠେ ନପାଇ ଭୋକ ଉପାସରେ ଦିନ କାଟୁଛନ୍ତି। ଗ୍ରାମର ୭୦ଭାଗ ଲୋକ ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ଏହି ରେସନ ଚାଉଳ ଉପରେ ନିର୍ଭର କରିଥାନ୍ତି। ଏପରିକି ଏହି ପଞ୍ଚାୟତର ୧୨ଟି ଗ୍ରାମ ମଧ୍ୟରୁ ୧୧ଟି ଗ୍ରାମକୁ ଚାଉଳ ଯୋଗାଇ ଦେଇଥିବା ବେଳେ କେବଳ ଏହି ଗାଁକୁ ବାଦ ଦିଆ ଯାଇଛି। ରେସନକାର୍ଡ ଧାରିମାନେ ବାରମ୍ଵାର ପଞ୍ଚାୟତକୁ ଯାଇ ନିରାଶ ହୋଇ ଫେରୁଛନ୍ତି। ଜାନୁୟାରୀ ମାସ ସରକାର ଚାଉଳ ଯୋଗେଇ ଦେଇଥିବା ବେଳେ ମାର୍ଚ୍ଚ ମାସ ସରିବାକୁ ବସିଲାଣି କିନ୍ତୁ ଚାଉଳ ନାହିଁ। କୁଆଡେ ଗଲା ଆମ ଚାଉଳ ବୋଲି ଝରଣା ନନ୍ଦ, ଶଶିକଳା ଦାସ, ଅହଲ୍ୟା ଓଝା, ଚୁମୁକି ଜେନା, ଜାନକୀ ନନ୍ଦ, ରମାମଣୀ ନନ୍ଦ, ସ୍ୱର୍ଣ୍ଣପ୍ରଭା ଓଝା, ଅନ୍ନପୂର୍ଣ୍ଣା ପଣ୍ଡା, ଚମ୍ପାବତି ପଣ୍ଡା, ସୁମିତ୍ରା ପଣ୍ଡା, କବିତା ଜେନା, ସନ୍ଧ୍ୟାରାଣି ଜେନା, ତୁଳସୀ ଜେନା, ଲକ୍ଷ୍ମୀପ୍ରିୟା ପତି, ଝରଣା ଜେନା, ଅନାଥ ଜେନା, ମଣି ଘଡେ଼ଇ, ଶଙ୍କର୍ଷଣ ଜେନା,ପାଣ୍ଡବ ଜେନା, ହଳଧର ପଣ୍ଡା, କୁଳମଣି ଜେନା, ବାଇଧର ଓଝା, ନରେନ୍ଦ୍ର ଜେନା ପ୍ରମୁଖ ଗ୍ରାମବାସମାନେ ପ୍ରଶ୍ନ କରିଛନ୍ତି। ଯାହାକୁ ନେଇ ଗ୍ରାମବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଜି ମଧ୍ୟାହ୍ନ ରେ ଶହ ଶହ ଗ୍ରାମବାସୀ ମାନେ ଏକଜୁଟ ହୋଇ ଏହାର ତୀବ୍ର ପ୍ରତିବାଦ କରିବା ସହିତ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ଓ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତି ନେଇଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ