ଶାଳଣିଆରେ ପୁଲିସର ମିଳିତ ଫ୍ଲାଗମାର୍ଚ୍ଚ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଉଷ୍ଣତା ଦେଖାଦେଲାଣି। ତେଣୁ ଏନେଇ ସବୁ ରାଜନୈତିକ ଦଳ ଗୁଡିକ ନିଜ ନିଜ ପ୍ରଚାର ଓ ଜନସମର୍ଥନ ପାଇଁ ଲାଗିପଡିଲେଣି। ଚଳିତ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଉଦେଶ୍ୟରେ କେନ୍ଦୁଝର ପୋଲିସର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କେନ୍ଦୁଝର ଏସ୍‌ପି ନିତିନ କୁଶଲକର ଡାବୁଡ଼ଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରାଙ୍କ ନେତୃତ୍ବରେ ନନ୍ଦିପଦା ଥାନା ଆଇଆଇସି ରବିନ୍ଦ୍ର କୁମାର ପାତ୍ର ସି.ଆଇ.ଏସ.ଏଫର ଯବାନ ମାନଙ୍କୁ ନେଇ ନନ୍ଦିପଡା ଥାନା ଅଞ୍ଚଳର ଅଧିକ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଚିତ ଥିବା ଶାଳଣିଆ, ଵିଷ୍ଣୁପୁର, ଏଲକଣିଆ, ମନୋହରପୁର, ଶାଳଣିଆ ବଜାର ସମେତ ଗେଡ଼ମା ପଞ୍ଚାୟତ ର ଜଳସରପୁର ଗ୍ରାମରେ ଫ୍ଲାଗମାର୍ଚ୍ଚ କରାଯାଇଛି। ସାଧାରଣ ନିର୍ବାଚନକୁ ଅବାଧ ନିରପେକ୍ଷ କରିବା ସହ ଶାଢି ଶୃଙ୍ଖଳା ରକ୍ଷା ସକାଶେ ପ୍ରତି ପଞ୍ଚାୟତରେ ସିଆଇଏସଏଫ ଯବାନ ମାନଙ୍କୁ ନେଇ ଫ୍ଲାଗମାର୍ଚ୍ଚ ହେବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ